ମୁଖ୍ୟ ଖବର

ମନ କି ବାତ ଯାହା ସହ ଯୋଡି ହେଲା ତାହା ଜନ ଆନ୍ଦୋଳନ ହୋଇଗଲା

ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ମନ କି ବାତ କାର୍ଯ୍ୟକ୍ରମର ଏହା ୧୦୦ ତମ ଅଧ୍ୟାୟ, ଯାହା ପ୍ରତିମାସର ଶେଷ ରବିବାର ସକାଳ ୧୧ଟାରେ ପ୍ରଚାରିତ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ରେଡିଓ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ, ୟୁଟ୍ୟୁବ ଆଦିରେ ଶୁଣାଯାଇ ପାରିବ।
ରବିବାର କାର୍ଯ୍ୟକ୍ରମର ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ୧୦୦ ତମ ଏପିସୋଡକୁ ନେଇ ହଜାର ହଜାର ଚିଠି ଓ ବାର୍ତ୍ତା ମିଳିଛି। ଏହି ଚିଠିକୁ ପଢି ମନ ଭାବୁକ ହୋଇଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକେ ମୋତେ ମନ କି ବାତର ୧୦୦ ତମ ଏପିସୋଡ ପୂରଣ ହେବାକୁ ଶୁଭେଚ୍ଛା ଜଣାଇଛନ୍ତି, ହେଲେ ଅସଲ ଶୁଭେଚ୍ଛା ଗ୍ରହଣ କରିବାର ପାତ୍ର ତ ଏହାର ଶ୍ରୋତା।
ପିଏମ କହିଛନ୍ତି ଆପଣମାନଙ୍କର ହଜାର ହଜାରେ ଚିଠି ମୋତେ ମିଳିଛି, ଲକ୍ଷ ଲକ୍ଷ ବାର୍ତ୍ତା ମିଳିଛି, ଆଉ ମୁଁ ଚେଷ୍ଟା କରିଛି ଯେତେ ଅଧିକ ଚିଠି ପଢି ପାରିବି, ବାର୍ତ୍ତାକୁ ଟିକେ ବୁଝିବା ପାଇଁ ଚେଷ୍ଟା କରିବି।
୧୦୦ତମ ଏପିସୋଡରେ ମୋଦି ଏହାର ପ୍ରଥମ ଏପିସୋଡକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ୩ ଅକ୍ଟୋବର ୨୦୧୪ରେ ବିଜୟା ଦଶମୀର ପର୍ବ ଥିଲା ଓ ଆମେ ସମସ୍ତେ ମିଶି ବିଜୟା ଦଶମୀ ଦିନ ‘ମନ କି ବାତ’ର ଯାତ୍ରା ଆରମ୍ଭ କରିଥିଲେ। ବିଜୟା ଦଶମୀ ଅର୍ଥାତ୍‌ ଅସତ୍ୟ ଉପରେ ସତ୍ୟର ଜୟର ପର୍ବ, ‘ମନ କି ବାତ’ ବି ଦେଶବାସୀଙ୍କ ଭଲ, ସକରାତ୍ମକତାର ଏକ ନିଆରା ପର୍ବ ହୋଇଯାଇଛି, ଯାହା ପ୍ରତି ମାସରେ ଆସୁଛି, ଯାହାକୁ ଆମେ ସମସ୍ତେ ଅପେକ୍ଷା ରଖୁଛୁ।

Leave a Reply

Your email address will not be published. Required fields are marked *