ମୁଖ୍ୟ ଖବର

ଯାତ୍ରୀବାହୀ ବସ୍‌ ଧକ୍କାରେ ନାବାଳକ ସମେତ ୨ ମୃତ

ଗୁଣପୁର: ଆଜି ସନ୍ଧ୍ୟା ସାଢ଼େ ୭ଟାରେ ରାୟଗଡ଼ା ଜିଲ୍ଲା ଗୁଣପୁର ବିକ୍ରମପୁର ବାଇପାସରୋଡ଼ ଠାରେ ଏକ ଘରୋଇ ବସ୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ନାବାଳକ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସନ୍ତୋଷ ପ୍ରଧାନ (୨୨) ଓ ଚିଣ୍ଟୁ ଗୌଡ଼ (୮)।

ଖବର ନେବାରୁ ଜଣା ପଡ଼ିଛି ଯେ ଚିଣ୍ଟୁ ଗୌଡ଼ ଏବଂ ସନ୍ତୋଷ ପ୍ରଧାନ ଏକ ବାଇକ ଯୋଗେ ଆଚବା ଗ୍ରାମକୁ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଘରୋଇ ବସ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗୁଣପୁର ପୁଲିସ ଘଟଣାସ୍ଥଳେ ପହଁଚି ମୃତଦେହ ୨ଟି ଜବତ କରିଛି।

ସୂଚନାଯୋଗ୍ୟ, ସନ୍ତୋଷର ନିଜ ଗ୍ରାମ ଗଜପତି ଜିଲ୍ଲା ନୂଆଗଡ଼ ଗ୍ରାମର ହୋଇଥିବା ବେଳେ ସେ ଗୁଣପୁର ଠାରେ ଏକ ବ୍ୟବସୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିଲେ। ଚିଣ୍ଟୁର ନିଜ ଗ୍ରାମ ଶ୍ରଦ୍ଧାପୁର ହୋଇଥିବା ବେଳେ ଉଭୟ ସମ୍ପର୍କରେ ୨ ଭାଇ ବୋଲି ସୂଚନା ମିଳିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଗୁଣ୍ଡ ହୋଇଯାଇଥିଲା। ସନ୍ତୋଷର ଗୋଟିଏ ଗୋଡ଼ ଛିଣ୍ଡି ଅନତି ଦୂରକୁ ଛିଟିକି ପଡିଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିଛି।

Leave a Reply

Your email address will not be published. Required fields are marked *