ରାଜ୍ୟ

ସରକାରୀ ଅର୍ଥ ଅପବ୍ୟୟ ଅଭିଯୋଗ, ଲୋକପାଳଙ୍କ ନୋଟିସ।


ନିମାପଡ଼ା : ସରକାରୀ ଅର୍ଥ କୁ ଅପଵ୍ୟୟ କରିଥିବା ଅଭିଯୋଗ ପାଇ ଲୋକପାଳ ନିମାପଡ଼ା ବ୍ଲକ ର ଜଣେ ସରପଞ୍ଚଙ୍କ ସମେତ ୫ ଜଣଙ୍କୁ ଆସନ୍ତା ମେ ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ର କାନପୁର ଗ୍ରାମରେ ମାଇପି ମେଳା ବହୁବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି ।ଏହି ମେଳା କୁ ପରିଚାଳନା କରିବା ପାଇଁ ଏକ ପଞ୍ଜିକୃତ ଟ୍ରଷ୍ଟ ବୋର୍ଡ ମଧ୍ୟ ରହିଛି ।ଏହି ଟ୍ରଷ୍ଟ ବୋର୍ଡ ରେ ଭୋଗସାଳଦା ଓ ଛଣିଜଙ୍ଗ ପଞ୍ଚାୟତ ର ବିଶିଷ୍ଟ ବ୍ୟକ୍ତି ମାନେ ସଭ୍ୟ ଅଛନ୍ତି ।ଭୋଗଶାଳଦା ପଞ୍ଚାୟତ ର ଅଂସାଲୋ ଗ୍ରାମରେ ମାଇପି ମେଳା ହୁଏ ନାହିଁ ।ଛଣିଜଙ୍ଗ ପଞ୍ଚାୟତ ର କାନପୁର ଗ୍ରାମରେ ଅନୁଷ୍ଠିତ ହୁଏ। ମାଇପି ମେଳା ସ୍ଥାନରେ ଏକ କମ୍ୟୁନୀଟି ସେଣ୍ଟର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ଲକ ପକ୍ଷରୁ ମଞ୍ଜୁର କରାଯାଇଥିଲା ।ସମସ୍ତ ଟଙ୍କାବ୍ୟୟ ହୋଇ ୫୦ ହଜାର ଟଙ୍କାର କାମ ବାକି ରହିଥିଲା ।ବାରମ୍ବାର ଦାବି ସତ୍ତ୍ୱେ ଠିକାଦାର ବାକିଥିବା କାମ ନ କରିବାରୁ ଅଂସାଲୋ ଗ୍ରାମର ସୁଧୀର ସାହୁ ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ବ୍ଲକ ପ୍ରଶାସନ କୁ ତଥ୍ୟ ମାଗିଥିଲେ ।ଏହି ତଥ୍ୟ ରୁ ଜଣାପଡ଼ିଲା ମାଇପି ମେଳା ଅଂସଲୋ ଗ୍ରାମରେ ନୁହେଁ ,ଛଣିଜଙ୍ଗ ପଞ୍ଚାୟତ ର କାନପୁର ଠାରେ ଅନୁଷ୍ଠିତ ହୋଇଥାଏ ।ଭୋଗଶାଳଦା ପଞ୍ଚାୟତ ର ଅର୍ଥ କିପରି ଛଣିଜଙ୍ଗ ପଞ୍ଚାୟତ ରେ ଖର୍ଚ୍ଚ କରାଗଲା ଓ ପଞ୍ଜୀକୃତ ଟ୍ରଷ୍ଟ ବୋର୍ଡ ର ବିନା ସହଯୋଗ ରେ ବ୍ଲକ ପକ୍ଷରୁ କିଭଳି ୫ ଲକ୍ଷ ଟଙ୍କା ର ଅର୍ଥ ମଞ୍ଜୁର କରାଗଲା ଏ ନେଇ ଶ୍ରୀ ସାହୁ ଲୋକପାଳ ଙ୍କ ନିକଟରେ କେସ ନମ୍ବର ୨୩୨/୨୨ ରେ ଅଭିଯୋଗ ଦାଖଲ କରିଥିଲେ ।ସରକାରୀ ଅର୍ଥ ଅପବ୍ୟୟ କରାଯାଇଥିବା ଲୋକପାଳ ଜାଣିବାକୁ ପାଇ ତତକାଳୀନ ବିଡ଼ିଓ ,ବ୍ଲକ ର ସହକାରୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଆସନ୍ତା ମେ ମାସ ୧୨ ତାରିଖରେ ଲୋକପାଳଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରୀ କରିଛନ୍ତି । କାହିଁକି ସେମାନଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରା ନଯିବ ଉତ୍ତର ଦେବାକୁ ଅଭିଯୁକ୍ତ ମାନଙ୍କୁ କୁହାଯାଇଛି। ଏହି ଘଟଣା ଏବେ ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *