ରାଜ୍ୟ

ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳନ


ନିମାପଡା : ପୁରୀ ଜିଲ୍ଲା ନିମାପଡା ବ୍ଳକ ଚାରିଛକ ଠାରେ ବାବା ସାହେବ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ସଭାପତି ସୁମନ୍ତ ଭୋଇ ଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । ଆମ୍ବେଦକର ସାମାଜିକ ବିକାଶ ପରିଷଦ ପକ୍ଷରୁ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଚାରିଛକ ଏକାନ୍ତ ଆଶ୍ରମ ପରିସର ରେ ପହଞ୍ଚିଥିଲେ । ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚାରିଛକ ଥାନା ଏ ଏସ ଆଇ କୃଷ୍ଣଚନ୍ଦ୍ର ପୃଷ୍ଟି ଅତିଥି ଭାବେ ଯୋଗଦେଇଥିଲେ ।ଆମ୍ବେଦକର ସାମାଜିକ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ଜୟନ୍ତୀ ସେଠି, ଭରତ ଚନ୍ଦ୍ର , ସୁନିଲ କାଣ୍ଡି ,ବିକାଶ ମଲ୍ଲିକ ,ଅମିନ ମଲ୍ଲିକ ପ୍ରମୁଖ ଯୋଗଦେଇ ବାବା ସାହେବ ଆମ୍ବେଦକର ଙ୍କ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *