ରାଜ୍ୟ

ମନସ୍ତତ୍ଵ ବିଭାଗରେ ବିଦାୟ ଓ ସମ୍ବର୍ଦ୍ଧନା ଉତ୍ସବ

ବାଲୁଗାଁ :- ବାଲୁଗାଁ ମହାବିଦ୍ୟାଳୟ ମନସ୍ତତ୍ଵ ବିଭାଗର ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଆୟୋଜିତ ସଭାରେ ପ୍ରଥମେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସହିତ ଉପହାର ପ୍ରଦାନ କରାଯାଇଥିଲା l ବିଭାଗୀୟ ମୁଖ୍ୟ ଡକ୍ଟର କଳ୍ପନା ଦାଶ ସ୍ୱାଗତ ଭାଷଣ ଦେବା ପରେ ତୃତୀୟ ବର୍ଷର ଶିକ୍ଷାର୍ଥୀମାନେ ମହାବିଦ୍ୟାଳୟ ଓ ବିଭାଗରେ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତର ସ୍ମୃତି ଚlରଣ କରିଥିଲେ l ଏହି ଅବସରରେ ମହାବିଦ୍ୟାଳୟରେ ଛତିଶ ବର୍ଷ ନିରବଛିନ୍ନ କାର୍ଯ୍ୟ କରି ନିକଟରେ ଅବସର ନେଉଥିବା କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହାପରେ ଅତିଥି ଭାବେ ଯୋଗ ଦେଇଥିବା ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଡକ୍ଟର ସନ୍ତୋଷ କୁମାର ରଥ ଉଚ୍ଚ ଶିକ୍ଷାରେ ମନୋନିବେଶ କରି ବୃତ୍ତିଗତ ଜୀବନରେ ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଧନ୍ୟବାଦ ଦେଇଥିଲେ ପ୍ରଦୀପ କୁମାର ପାଢ଼ୀ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା କ୍ରିଷ୍ଣା ସେଠୀ ଓ ରୋଜାଲିନ ମିଶ୍ର l କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀନା ରାଉତ, ଝରଣା ନାଥ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

Leave a Reply

Your email address will not be published. Required fields are marked *