ରାଜନୀତି

୨୦୨୪ରେ କଂଗ୍ରେସ ନେତୃତ୍ବରେ ସରକାର: ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ ଏବଂ ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବ।ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର କହିଛନ୍ତି, ମୁଁ ହେଉଛି ଏକମାତ୍ର ବ୍ୟକ୍ତି ଯିଏ କି ଦେଶକୁ ସାମ୍ନା କରିପାରିବ। ଅନ୍ୟ କୌଣସି ବ୍ୟକ୍ତି ମତେ ଛୁଇଁ ପାରିବେନି। କୌଣସି ଗଣତାନ୍ତ୍ରିକ ବ୍ୟକ୍ତି ଏହା କହିପାରିବେନି। ଆପଣ ଗଣତନ୍ତ୍ରରେ ରହିଛନ୍ତି। ଆପଣ ମନେ ରଖିବା ଉଚିତ ଯେ ଆପଣ ଏକଛତ୍ରବାଦୀ ନୁହନ୍ତି। ଆପଣ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି ଏବଂ ଲୋକମାନେ ଆପଣଙ୍କୁ ଉଚିତ ଶିକ୍ଷା ଦେବେ। ଖଡ଼ଗେ ଆଜି ନାଗାଲାଣ୍ଡରେ ନିର୍ବାଚନ ରୢାଲି କରି ଏହା କହିଛନ୍ତି। ଖଡ଼ଗେ କହିଛନ୍ତି, ୨୦୨୪ରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ଗଠନ ସୁନିଶ୍ଚିତ। ଶହେ ମୋଦୀ କିମ୍ବା ଶହେ ଶାହ (କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ) ଆସିଲେ ବି ଆମକୁ ଅଟକାଇପାରିବେନି ବୋଲି ଖଡ଼ଗେ କହିଛନ୍ତି। ବିରୋଧୀ ଦଳମାନଙ୍କର ମିଳିତ ଲଢ଼େଇରେ ବିଜେପିର ନିସ୍ତାର ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *