ମନୋରଞ୍ଜନ

ସମଲିଙ୍ଗୀ ବିବାହକୁ ସମର୍ଥନ କଲେ କଙ୍ଗନା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ କହିଛନ୍ତି ଯେ ଯେତେବେଳେ ଲୋକଙ୍କ ‘ହୃଦୟ ଏକ ହୋଇଥାଏ’ ସେତେବେଳେ ସେମାନଙ୍କ ପସନ୍ଦ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବିବାହକୁ ‘ପ୍ରେମର ବନ୍ଧନ’ ବୋଲି ବର୍ଣ୍ଣନା କରି ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇଛନ୍ତି।

କଙ୍ଗନା କହିଛନ୍ତି, ବିବାହ ହେଉଛି ପ୍ରେମର ବନ୍ଧନ। ଯେତେବେଳେ ଲୋକଙ୍କ ହୃଦୟ ଏକ… ସେମାନଙ୍କ ପସନ୍ଦର ମାନେ କ’ଣ, ଆମେ ଏ ବିଷୟରେ କ’ଣ କହିପାରିବା? ରବିବାର ହରିଦ୍ୱାରରେ ରାଣାଓ୍ଵତ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।

୨୦୧୭ରେ ରିଲିଜ୍‌ ହୋଇଥିବା ତାଙ୍କର ଫିଲ୍ମ ସିମରନର ସହ-ଲେଖକ ଅପୂର୍ବା ଅସରାନୀ ଏଭଳି ଏକ ସମୟରେ ବିବାହ ସମାନତାକୁ ସମର୍ଥନ କରିଥିବାରୁ ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଦାରବାଦୀ ଗଣମାଧ୍ୟମ ଦ୍ୱାରା ‘ଖାରଜ’ ହୋଇଥିବା ବ୍ୟକ୍ତିଙ୍କର ମତ ଅଧିକାର ନାହିଁ କି? ଯଦିଓ ତାଙ୍କର ବୟାନ ମାନବୀୟ, ସାହସିକ ଏବଂ ସମୟୋପଯୋଗୀ ଅଟେ? କଙ୍ଗନା ରାଣାଓ୍ଵତ ‘ବିବାହସମାନତା’ ପାଇଁ ମୁହଁ ଖୋଲିଛନ୍ତି। ଯାହା କରିବାକୁ ଅଧିକାଂଶ ଫିଲ୍ମ ଷ୍ଟାର ଲଜ୍ଜାବୋଧ କରୁଛନ୍ତି। ଖୋଲାଖୋଲି ସମଲିଙ୍ଗୀ ଥିବା ଅସରାନୀ ଟ୍ଵିିଟରରେ ଲେଖିଛନ୍ତି, ଜଣେ ରାଣୀର ଅନ୍ୟ ରାଣୀଙ୍କୁ ଧନ୍ୟବାଦ।

ଉଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସକେ କୌଲ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହ ପାଇଁ ଆଇନଗତ ବୈଧତା ପାଇଁ ହୋଇଥିବା ଆବେଦନର ଏବେ ଶୁଣାଣି କରୁଛନ୍ତି।

Leave a Reply

Your email address will not be published. Required fields are marked *