ଦେଶ- ବିଦେଶ

ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୧୪୬ କୋଟି

ଶିଲଂ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫ ବର୍ଷରେ ୬୮ ପ୍ରତିଶତ ବୃଦ୍ଧି ପାଇ ୧୪୬.୩୧ କୋଟିରେ ପହଞ୍ଚିଛି। ୟୁଡିପି ପାର୍ଟିର ମୁଖ୍ୟ ଲିଙ୍ଗଡ଼ୋ ମୈରଙ୍ଗ ଆସନରୁ ପୁନଶ୍ଚ ନିର୍ବାଚନ ଲଢ଼ୁଛନ୍ତି। ସେଠାରେ ଆଗାମୀ ୨୭ ତାରିଖରେ ଭୋଟ ଗ୍ରହଣ ହେବ। ଲିଙ୍ଗଡ଼ୋ ୨୦୧୮ ନିର୍ବାଚନ ବେଳେ ତାଙ୍କ ସମ୍ପତ୍ତି ପରିମାଣ ୮୭.୨୬ କୋଟି ବୋଲି ଦର୍ଶାଇଥିଲେ।ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ ଓ ମେଘାଳୟ ଇଲେକ୍ସନ ୱାଚ୍‌ର ତଥ୍ୟ ଅନୁସାରେ ୨୦୧୮ ନିର୍ବାଚନରେ ୬୦ ବିଧାନସଭା ଆସନ ପାଇଁ ୬୦ ଜଣ ନିର୍ବାଚିତ ହୋଇଥିବା ଗତ ୫ ବର୍ଷରେ ଉପନିର୍ବାଚନରେ ଆଉ ୮ ଜଣ ନିର୍ବାଚିତ ହୋଇଥିଲେ। ଏହି ୬୮ ଜଣଙ୍କ ମଧ୍ୟରୁ ପୁନଃ ନିର୍ବାଚନ ଲଢ଼ୁଥିବା ୬୧ ଜଣଙ୍କ ସମ୍ପତ୍ତିର ବିଶ୍ଳେଷଣ କରାଯାଇଛି। ଏମାନଙ୍କ ସମ୍ପତ୍ତି ପରିମାଣ ଗତ ୫ ବର୍ଷରେ ହାରାହାରି ୭୭ ପ୍ରତିଶତ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମାଙ୍କ ସମ୍ପତ୍ତି ୨୦୧୮ରେ ୫.୩୩ କୋଟି ଥିବା ବେଳେ ତାହା ଏବେ ୧୪.୦୬ କୋଟିରେ ପହଞ୍ଚିଛି- ଅର୍ଥାତ୍ ତାଙ୍କ ସମ୍ପତ୍ତିରେ ୧୬୪ ପ୍ରତିଶତ ବୃଦ୍ଧି ଘଟିଛି।
ସେହିପରି ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ସ୍ନିଆଓଭାଲଙ୍ଗ ଧରଙ୍କ ସମ୍ପତ୍ତି ସବୁଠୁ ଅଧିକ ୬୦୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮ରେ ୬ କୋଟିରୁ ୨୦୨୩ରେ ତାଙ୍କ ସମ୍ପତ୍ତି ୪୫ କୋଟିକୁ ବୃଦ୍ଧି ପାଇଛି। ଶକ୍ତିମନ୍ତ୍ରୀ ଜେମ୍ସ ପିକେ ସାଙ୍ଗମାଙ୍କ ସମ୍ପତ୍ତି ୭ କୋଟିରୁ ୫୩ କୋଟିକୁ ଅର୍ଥାତ୍ ୫୬୮ ପ୍ରତିଶତ ବୃଦ୍ଧି ପାଇଛି। ବିରୋଧୀ ଦଳ ନେତା କୁକୁଳ ସାଙ୍ଗମାଙ୍କ ସମ୍ପତ୍ତି ୧୩.୫୯ କୋଟିରୁ ୧୦୮ ପ୍ରତିଶତ ବୃଦ୍ଧି ପାଇ ୨୮.୨୧ କୋଟି ଟଙ୍କାରେ ପହଞ୍ଚିଛି। ଏହି ତଥ୍ୟ ସମ୍ପୃକ୍ତ ନେତାମାନେ ତାଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ସ୍ବୟଂ ପ୍ରଦାନ କରିଛନ୍ତି।

One thought on “ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୧୪୬ କୋଟି

  • Sushanta Kumar Das

    Thanks for the information.

    Reply

Leave a Reply

Your email address will not be published. Required fields are marked *