ଦେଶ- ବିଦେଶ

ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଲେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ, ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ ରୋଗ ଥିଲା। ଅନେକ ଥର ତାଙ୍କୁ ଶ୍ୱାସ ନେବାରେ ଅସୁବିଧା ହୋଉଥିଲା। ତେବେ ତାଙ୍କୁ ପୂର୍ବରୁ ନେପାଳୀ ହସ୍ପିଟାଲାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ସୁସ୍ଥ ହୋଇପାରି ନ ଥିଲେ। ଯାହା ପରେ ୧୯ ଏପ୍ରିଲରେ ରାମଚନ୍ଦ୍ର ରାମଚନ୍ଦ୍ର ପୌଡେଲଙ୍କୁ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା । ତାଙ୍କୁ ସେଠାରେ ଅନେକ ଦିନ ଚିକିତ୍ସା କରାଯାଇଥିଲା। ଏହା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏନେଇ ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୭୮ ବର୍ଷୀୟ ପୌଡେଲ ସୁସ୍ଥ ହେବା ପରେ ରବିବାର ରାତିରେ କାଠମାଣ୍ଡୁ ଫେରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *