ରାଜନୀତି

ମୁସଲମାନଙ୍କ ଶକ୍ତି ନାହିଁ ତେଣୁ ଗୁଳି କରାଯାଉଛି: ଓଓ୍ବାଇସି

ଲକ୍ଷ୍ନୌ,: ଉତ୍ତରପ୍ରଦେଶରେ ମେ ୪ ଏବଂ ୧୧ରେ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ଏଥିପାଇଁ ସୋମବାର ଅଲ୍‌ ଇଣ୍ଡିଆ ମଜଲିସ-ଏ-ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ୍‌ ଓଓ୍ବାଇସି ମୋରାଦାବାଦର ଉମରି କଲା ନଗର ପଞ୍ଚାୟତରେ ପ୍ରଚାର କରିଛନ୍ତି।

ଜେଲରୁ ମୁକ୍ତ ହୋଇଥିବା ଆନନ୍ଦ ମୋହନ ଏବଂ ଅତିକ ଅହମ୍ମଦଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ସେ କହିଛନ୍ତି, ଆନନ୍ଦ ମୋହନଙ୍କୁ ମୁକ୍ତ କରାଯାଇଛି କାରଣ ତାଙ୍କ ପାଇଁ ବହୁତ ଲୋକ ଛିଡା ହୋଇଯିବେ। ମୁସଲମାନମାନଙ୍କର କୌଣସି ଶକ୍ତି ନାହିଁ ତେଣୁ ସେମାନଙ୍କୁ ପୋଲିସ ହେପାଜତରେ ଗୁଳି କରାଯାଉଛି। ଯଦି ମୁସଲମାନ ରାଜନୈତିକ କ୍ଷମତାରେ ଥାଆନ୍ତେ, ତା’ହେଲେ କାହାର ବି ଗୁଳି କରିବାକୁ ସାହାସ ହୋଇ ନ ଥା’ନ୍ତା ।

ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କାହିଁକି ପୋଲିସ ହେପାଜତରେ ଗୁଳି ମରାଯାଇଥିଲା। ଅଜମଲ କସାବଙ୍କ ସମୟରେ ଆଇନ୍‌ ମନେ ନ ଥିଲା। ପୋଲିସ ହେପାଜତରେ ଥାଇ ବି ତାଙ୍କୁ ଗୁଳି ମରାଯାଉଛିି। କିନ୍ତୁ ପୋଲିସ କିଛି କରିପାରୁନି। ଯିଏ ଅତିିଫ-ଅଶ୍ରଫଙ୍କୁ ଗୁଳି ଚଳାଇଥିଲା ତାଙ୍କ ଘରକୁ ବୁଲଡୋଜର ଚଳାଗଲା ନାହିଁ କାହିଁକି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *