ମୁଖ୍ୟ ଖବର

ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ପ୍ଲଟ ନେଇପାରିବେ। ପୂର୍ବରୁ ପ୍ଲଟ ପାଇଥିବା ବ୍ୟକ୍ତିଙ୍କୁ ଆବେଦନ କରିବାକୁ ହାଇକୋର୍ଟ ବାରଣ କରିଛନ୍ତି।ଏହି ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ନିୟମ ଆଡଭୋକେଟ୍ ଜେନେରାଲଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *