ମୁଖ୍ୟ ଖବର

ରାହୁଲ ଗାନ୍ଧିଙ୍କୁ ମିଳିଲା ନାହିଁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ମୋଦୀ ସାଙ୍ଗିଆ’ ମନ୍ତବ୍ୟକୁ ନେଇ ଆଗତ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ ଆଗତ କରିଥିବା ଆବେଦନର ଶୁଣାଣି ଆଜି (ମଙ୍ଗଳବାର) କରିଛନ୍ତି। ଗ୍ରୀଷ୍ମ ଅବକାଶ ସରିବା ପରେ ଗୁଜରାଟ ହାଇକୋର୍ଟ ଏହି ମାମଲାର ରାୟ ଶୁଣାଇବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ମାସରେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁରଟ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧିଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ତେବେ, ସୁରଟ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାହୁଲ ଗାନ୍ଧି ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ, ଗୁଜରାଟ ହାଇକୋର୍ଟ ଆଜି ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି। ଜୁନ୍‌ ମାସରେ ହାଇକୋର୍ଟର ଗ୍ରାଷ୍ମ ଅବକାଶ ପରେ ହାଇକୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ଶୁଣାଇବେ ବୋଲି କହିଛନ୍ତି।

ଆଜି ଗୁଜୁରାଟ ହାଇକୋର୍ଟରେ ରାହୁଲ ଗାନ୍ଧିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରି କହିଥିଲେ,‘ମୁଁ ଏହାକୁ ପ୍ରଥମ ମାମଲା ଭାବେ ଦେଖୁଛି ଯେଉଁଥିରେ ଅପରାଧିକ ମାନହାନି ପାଇଁ ସର୍ବାଧିକ ଦଣ୍ଡ ବିଧାନ କରାଯାଇଛି’। ସିଂଘଭି ଏହି ଆବେଦନ ଉପରେ ଆଜି କୋର୍ଟଙ୍କ ରାୟ ମାଗିଥିଲେ।

ତେବେ ଜଷ୍ଟିସ ହେମନ୍ତ ପ୍ରାଚକଙ୍କ ଅଦାଲତ କହିଥିଲେ, ମାମଲାର ଶୁଣାଣି ଶେଷରେ ନିଷ୍ପତ୍ତି ହେବା ସହ ବର୍ତ୍ତମାନ କୌଣସି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇ ପାରିବ ନାହିଁ। ତେଣୁ ଗ୍ରୀଷ୍ମ ଅବକାଶ ପରେ ଏହି ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *