ଦେଶ- ବିଦେଶ

ଦୁନିଆକୁ ଅଲବିଦା କହିଲେ ମହାତ୍ମା ଗାନ୍ଧିଙ୍କ ନାତି

ନୂଆଦିଲ୍ଲୀ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ନାତି ତଥା ସାମାଜିକ- ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ମଣିଲାଲ ଗାନ୍ଧିଙ୍କର  ମଙ୍ଗଳବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କର ଦେହାନ୍ତ ହୋଇଛି। ଅରୁଣ ଗାନ୍ଧିଙ୍କ ପୁଅ ତୁଷାର ଗାନ୍ଧି ମଙ୍ଗଳବାର ଟୁଇଟ କରି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି।

୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣ ଗାନ୍ଧି ମହାତ୍ମା ଗାନ୍ଧିଙ୍କ ଦ୍ବିତୀୟ ପୁତ୍ର ମଣିଲାଲ ଗାନ୍ଧିଙ୍କ ପୁତ୍ର ଥିଲେ। ତେବେ ଅରୁଣ ଗାନ୍ଧି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମଙ୍ଗଳବାର ସେ ପରଲୋକ ଗମନ କରିଛନ୍ତି। କୋହ୍ଲାପୁରର ୱାଶି ନନ୍ଦୱାଲଠାରେ ଆଜି ଅରୁଣ ମଣିଲାଲ ଗାନ୍ଧିଙ୍କ ଅନ୍ତିମ ସଂସ୍କାର ହେବ ବୋଲି ତାଙ୍କ ପୁଅ ତୁଷାର ଗାନ୍ଧି ସୂଚନା ଦେଇଛନ୍ତି।

ଅରୁଣ ଗାନ୍ଧି ଜଣେ ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ତାଙ୍କ ଜେଜେବାପା ମହାତ୍ମା ଗାନ୍ଧି ଦେଖାଇଥିବା ପଥରେ ବି କାମ କରୁଥିଲେ। ଅରୁଣ ସାମାଜିକ-ରାଜନୈତିକ କ୍ଷେତ୍ରରେ ଖୁବ ସକ୍ରିୟ ଥିଲେ।

Leave a Reply

Your email address will not be published. Required fields are marked *