ଅପରାଧ

ଟାୟାର ଶୋ’ରୁମ୍‌ରୁ ନେଇଗଲେ ୪.୯ ଲକ୍ଷ ଟଙ୍କା

ଭଦ୍ରକ : ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପାସ୍ଥିତ ଡାହାଣୀଗଡ଼ିଆ ଛକ ନିକଟ ଏକ ଟାୟାର ଶୋ’ରୁମରୁ ୪ ଲକ୍ଷ ୯୦ ହଜାର ଟଙ୍କା ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ମାଲିକ ନିହାର ରଞ୍ଜନ ପଣ୍ଡା ଶୋ’ରୁମ୍‌ ବନ୍ଦ କରି ଘରକୁ ଯାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେ ଶୋ’ରୁମ୍‌ ଖୋଲିଲା ବେଳକୁ ତାଙ୍କ କ୍ୟାସ୍‌ କାଉଣ୍ଟର ଲକର ଭାଙ୍ଗି ସେଥିରେ ଥିବା ପ୍ରାୟ ୪ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ସହ କିଛି ଚେକ୍‌ବୁକ ମଧ୍ୟ ନ ଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଶୋ’ରୁମ୍‌ର ପଛପଟ ଝରକା କାଚ ଭାଙ୍ଗି ଭିତରକୁ ପଶି ଚୋରି କରିଛନ୍ତି। ଟାଉନ ପୋଲିସ ବାଲେଶ୍ୱରରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ଆଣି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *