ବିଶେଷ

ଖରାଦିନେ ସୁନା କୁଲଫିର ମଜା ନିଅନ୍ତୁ

ନୂଆଦିଲ୍ଲୀ: ଇନ୍ଦୋରର ଜଣେ ଷ୍ଟ୍ରିଟ୍ ବିକ୍ରେତା ‘ଗୋଲ୍ଡ କୁଲଫି’ ନାମକ ଏକ ନୂତନ କୁଲଫି ବିକ୍ରି କରିବା ଆରମ୍ଭ କରିଛନ୍ତି। ଏହି କୁଲଫିକୁ ନେଇ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଭଲ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କେ‌ତେଜଣ ଏହା ଟଙ୍କାର ଅପଚୟ ବୋଲି କହିଛନ୍ତି।

କୁଲଫି ସାଧାରଣତଃ ଆମ୍ବ, ପିସ୍ତା ସହିତ ବିଭିନ୍ନ ସ୍ୱାଦରେ ବଜାରକୁ ଆସିଥାଏ | ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ସ୍ବତନ୍ତ୍ର କୁଲଫି ଦେଖିବାକୁ ମିଳୁଛି। ଏହି କୁଲଫିରେ ଏମିତି କ’ଣ ଅଛି ଯେ ଏହା ଏତେ ମହଙ୍ଗା ବୋଲି ଫୁଡ ବ୍ଲଗର ଦୋକାନୀଙ୍କୁ ପ୍ରଶ୍ନ କରିଥିଲେ।

ଏହି ପ୍ରଶ୍ନର ଉତ୍ତର ଦେଇ ଦୋକାନୀ କହିଥିଲେ, ‘କୁଲଫି ସୁନାରେ ଆବୃତ ହୋଇଛି। ତେଣୁ ଏହା ମହଙ୍ଗା ରହିଛି। ’

ସୁନାର କୁଲଫି ବିକ୍ରି କରୁଥିବା ଦୋକାନୀ ବେକରେ ମୋଟା ସୁନା ହାର ପିନ୍ଧିଥିବା ବେଳେ ହାତରେ ଏକ ବ୍ରେସଲେଟ୍ ପିନ୍ଧିଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।

ଆପଣ ଏହି କୁଲଫି ବିକ୍ରେତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋର ସରାଫା ବଜାରର ପ୍ରକାଶ କୁଲଫି ଭାବେ ପାଇ ପାରିବେ। ଏହି କୁଲଫି ବିକ୍ରେତାଙ୍କ ଭିଡିଓ ପୋଷ୍ଟ କରିଥିବା ଫୁଡ ବ୍ଲଗରଙ୍କ ନାମ କଳସ ସୌନୀ ରହିଛି।

ଭିଡିଓରେ ଦେଖିବାକୁ ମିଳୁଛି ସୁନା ଅଳଙ୍କାରେ ପିନ୍ଧିଥିବା ଦୋକାନୀ ଏକ ଫ୍ରିଜରୁ କୁଲଫି ବ‌ାହାର କରି ୨୪ କ୍ୟାରେଟ ସୁନାରେ ତାହାକୁ ଛାଉଣୀ କରୁଛନ୍ତି। ଏହି କୁଲଫି ମୂଲ୍ୟ ୩୫୧ ଟଙ୍କା ରହିଛି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *