ବିଶେଷ

ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କଲେ ଦମ୍ପତି


ନିମାପଡ଼ା : ନିଜ ବିବାହ ବାର୍ଷିକୀ କୁ କିଏ କେତେ ଢଙ୍ଗ ରଙ୍ଗ ରେ ଜାକଜମକ ରେ ପାଳନ କରୁଛି। କିଏ ପରିବାର ସହ କେକ କାଟି ଉତ୍ସବ କୁ ସ୍ମରଣୀୟ କରିବାକୁ ଇଚ୍ଛା କରୁଛନ୍ତି ତ ଆଉ କିଏ ବିଭିନ୍ନ ସ୍ଥାନ ବୁଲି ବିବାହ ବାର୍ଷିକୀ କୁ ପାଳନ କରୁଛନ୍ତି।
କିନ୍ତୁ ନିମାପଡ଼ା ଗୋଲେଇ ଛକ ନିବାସୀ ବିକ୍ରମ ସାମଲ ନିଜ ପତ୍ନୀ ସୁଜାତା ନାୟକ ଙ୍କ ସହିତ ଯେପରି ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି ତାହାକୁ ନେ଼ଇ ଏବେ ଉକ୍ତ ଦମ୍ପତି ଚର୍ଚ୍ଚାରେ। ତାଙ୍କ ଗାଁ ନିକଟସ୍ଥ ବାମନାଳ ଭୋଇ ସାହି ରେ ରୁହନ୍ତି
ଲକ୍ଷ୍ମୀଧର ଭୋଇ ଓ ତାଙ୍କ ପରିବାର।
ଲକ୍ଷ୍ମୀଧର ଜନ୍ମ ରୁ ଦିବ୍ୟାଙ୍ଗ। ପରିବାର କହିଲେ ତାଙ୍କ ସାନ ଭାଇ
ସୁରେନ୍ଦ୍ର, ଭାଇ ବୋହୁ ଗୀତାଞ୍ଜଳି ଓ ପୁତୁରା। ଦୁଃର୍ଭାଗ୍ୟ ଯେ, ଲକ୍ଷ୍ମୀଧର ଆଉ ତାଙ୍କ ସାନ ଭାଇ ସୁରେନ୍ଦ୍ର ଦୀର୍ଘ ଦିନ ହେବ ମେରୁଦଣ୍ଡ ରୋଗ ରେ ପୀଡ଼ିତ। ଦୁଇ ଭାଇ ଘରେ ରହି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଘର ର ଏକମାତ୍ର ବୋହୁ ଗୀତାଞ୍ଜଳି ପର ଘରେ ପାଇଟି କରି ଯାହା ରୋଜଗାର କରନ୍ତି ସେତିକି ରେ ତାଙ୍କ ପରିବାର ଚଳେ। ସୁରେନ୍ଦ୍ର ଙ୍କ ପୁଅ ପାଠ ପଢି ବାକୁ ଇଚ୍ଛାପ୍ରକାଶ କରୁଥିଲେ ମଧ୍ୟ ପରିବାର ର ଆର୍ଥିକ ଅନଟନ ଯୋଗୁଁ
ସ୍କୁଲ ଯାଇପାରୁନାହାନ୍ତି। ତିନି ପ୍ରାଣୀ
ଙ୍କ ଖାଇବା ପିଇବା, ରୋଗ ଗ୍ରସ୍ତ ଦୁଇ
ଭାଇ ଙ୍କ ଔଷଧ ଖର୍ଚ୍ଚ ତୁଲାଇବା ତାଙ୍କ ପରିବାର ପକ୍ଷରେ କଷ୍ଟକର ହୋଇପଡୁଛି। ଆଉ ପିଲା ର ପାଠ ପଢିବା କଥା ଚିନ୍ତା କରିବେ କେମିତି।
ବିକ୍ରମ ଆଉ ତାଙ୍କ ପତ୍ନୀ ସୁଜାତା ନିଜ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇ ପହଞ୍ଚି ଯାଇଥିଲେ ବାମନାଳ ଭୋଇ ସାହି ରେ ଲକ୍ଷ୍ମୀଧର ଙ୍କ ଘରେ । ଲକ୍ଷ୍ମୀଧର ଙ୍କ ପରିବାର ର ସମସ୍ତ ଙ୍କୁ ନବବସ୍ତ୍ର, ପ୍ରାୟ ତିନି ମାସ ର ରାସନ ସାମଗ୍ରୀ,ଦୁଇ ଭାଇ ଙ୍କ ଔଷଧ ଖର୍ଚ୍ଚ ପାଇଁ କିଛି ଟଙ୍କା ଉକ୍ତ ଦମ୍ପତି ପ୍ରଦାନ କରିଥିଲେ। ଆଉ ଘୋଷଣା କରିଛନ୍ତି ଯେ ଲକ୍ଷ୍ମୀଧର ଙ୍କ ପୁତୁରା କୁ ସେମାନେ ନିଜ ଖର୍ଚ୍ଚ ରେ ପାଠ ପଢ଼ାଇବେ। ବିକ୍ରମ ଓ ତାଙ୍କ ପତ୍ନୀ ସୁଜାତା ନିଜ ବିବାହ ବାର୍ଷିକୀ ଉତ୍ସବ କୁ ଏପରି ନିଆରା ଢଙ୍ଗରେ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପୂର୍ବରୁ ବିକ୍ରମ ନିଜ ଜନ୍ମ ଦିନ ରେ ଅସହାୟ ପରିବାର କୁ ସାହାଯ୍ୟ ସହଯୋଗ ଯୋଗାଇ ଆସିବା ସହିତ କିଛି ନିରାଶ୍ରୟ ଯୁବତୀ ଙ୍କୁ ସିଲାଇ ମେସିନ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି। ବିକ୍ରମ ଓ ସୁଜାତା ଉଭୟ
ଇଞ୍ଜିନିୟରିଂରେ ଡ଼ିଗ୍ରୀ ହାସଲ କରିଛନ୍ତି। ତାଙ୍କ ର ଏହି ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଉକ୍ତ ଦମ୍ପତି ଙ୍କୁ ସବୁମହଲ ରୁ
ଧନ୍ୟବାଦ, ଶୁଭେଛା ମିଳିବାରେ ଲାଗିଛି।
ରିପୋର୍ଟ ଓ ଫଟୋ –ସନ୍ତୋଷ ଦାଶ।

Leave a Reply

Your email address will not be published. Required fields are marked *