ବିଶେଷ

ଅସହାୟ ଯୁବତୀକୁ ବିବାହ କରାଇଲେ ସ୍ବେଛାସେବୀ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ବେଲପଡା ଗ୍ରାମର ଜଣେ ଅସହାୟ ଯୁବତୀ କୁ ନିରାଶ୍ରୟ ସେବାଶ୍ରମ ସଂଗଠନ ର ସ୍ବେଛାସେବୀ ମାନେ ବୁଢିଆଣି ମନ୍ଦିର ଠାରେ ବିବାହ କରାଇଛନ୍ତି। ବେଲପଡା ଗ୍ରାମର ସ୍ବର୍ଗତ ବାଇଧର ସାହୁ ଙ୍କ ଝିଅ ପୁଷ୍ପା( ୨୮)ଜଣେ ଗରିବ ପରିବାରର ହୋଇଥିବା ବେଳେ ତାଙ୍କ ବାପା ଦୀର୍ଘ ଦିନ ହେବ ମୃତ୍ୟୁ ବରଣ କରିଛନ୍ତି। ଘରେ ପରିବାର ଚଳାଇବା କଷ୍ଟ ସାଧ୍ୟ ହୋଇଥିବା ବେଳେ ବିଧବା ମା ମୂଲ ମଜୁରୀ ଲାଗି ଦୁଇ ଜଣ ଙ୍କ ପେଟ ପାଇଁ ଦାନା ଯୋଗାଡ କରୁଛି। ଝିଅ ର ବିବାହ ଆର୍ଥିକ ଅନାଟନ କାରଣରୁ ହୋଇ ପାରୁନଥିଲା ।ନିରାଶ୍ରୟ ସେବାଶ୍ରମ ର ସ୍ବେଛାସେବୀ ମାନେ ଏହି ପରିବାର ଓ ଯୁବତୀ ଙ୍କୁ ଭେଟି କିପରି ବିବାହ କାର୍ଯ୍ୟ ହୋଇ ପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ। ଶେଷରେ ଆଜି ସ୍ବେଛାସେବୀ ମାନେ ପୁଷ୍ପା ଙ୍କୁ ନୟାହାଟ ଫାଣ୍ଡି ଅନ୍ତର୍ଗତ ପିଣ୍ଡଳ ଗ୍ରାମର ମୃତ୍ୟୁଞ୍ଜୟ ମହାପାତ୍ର (ପପୁ) ଙ୍କ ସହିତ ବିବାହ କରାଇଛନ୍ତି ।ସ୍ଥାନୀୟ ବୁଢ଼ୀଠାକୁରାଣୀ ଙ୍କ ପୀଠରେ ଆୟୋଜିତ ଏହି ବିବାହ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ,ଅରକ୍ଷିତ ଭୋଇ, ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ,ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା ,ଚାରିଛକ ପ୍ରେସ କ୍ଲବ ର ସମସ୍ତ ସଭ୍ୟ ମନ୍ଦିର ଠାରେ ଉପସ୍ଥିତ ରହି ବିବାହ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପର୍ନ୍ନ କରିଛନ୍ତି ।କନ୍ୟାର ପିତା ଭାବେ ସଂଗଠନର ସଭାପତି ମାନସ ପାଢ଼ୀ ବିବାହ କାର୍ଯ୍ୟ କରିଥିବା ବେଳେ ବରର ପିତା ପପୁ ଙ୍କ ପିତା ପ୍ରକାଶ ଚନ୍ଦ୍ର ମହାପାତ୍ର ବେଦିରେ ବସି ବିବାହ କାର୍ଯ୍ୟ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସଂଗଠନର ଲକ୍ଷ୍ମୀଧର ବେହେରା ,ଜୟକୃଷ୍ଣ ସାହୁ ,ସୁବାସ ଚନ୍ଦ୍ର ସାହୁ ,ସତ୍ୟଭୂଷଣ ନାୟକ, ତ୍ରିନାଥ ବେହେରା ,ବୈରାଗୀ ସାହୁ ,ଗୋକୁଳାନନ୍ଦ ବେହେରା , ଉମେଶ ଚନ୍ଦ୍ର ସାହୁ ,କବିନ୍ଦ୍ର ନାୟକ ,ନାରାୟଣ ସାହୁ ପ୍ରମୋଦ ସାହୁ ,ଚିତ୍ତରଞ୍ଜନ ସାହୁ ,ଦୀପକ ପ୍ରଧାନ, ହାପି ବାବୁ, କାଙ୍ଗାବାବୁ ରାଜେଶ ବେହେରା ,ମନୋଜ ମାଣିକ ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ ।ଥାନା ଅଧିକାରୀ ମମତା ବିଶ୍ଵାଳ ବରକନ୍ୟା ଙ୍କୁ ଆଶ୍ରିବାଦ କରିଥିବା ବେଳେ ସଭାମଣ୍ଡପ ବାରଗାଦି ମେଳଣ ସଂଗଠନ ପକ୍ଷରୁ ସନ୍ତୋଷ ତ୍ରିପାଠୀ ବରକନ୍ୟା ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।ଏହି ବିବାହ କାର୍ଯ୍ୟକୁ ବିଭିନ୍ନ ସଂଗଠନ ଓ ଅଞ୍ଚଳବାସୀ ଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *