ଅପରାଧ

ଟ୍ରାକ୍ଟର ଓଲଟି ଦୁଇ ମୃତ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବଡ଼ପୁଟ ଘାଟି ନିକଟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଦର ଗ୍ରାମର ପ୍ରାୟ ୧୫ ଜଣ ଏକ ଟ୍ରାକ୍ଟର ଯୋଗେ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଗାଜୁଲୁମାମୁଡି ପଞ୍ଚାୟତର ତଣ୍ଟlଗୁଡ଼ା ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଭୋଜି ସରିବା ପରେ ସମସ୍ତେ ସଂଧ୍ୟାରେ ପୁଣି ଟ୍ରାକ୍ଟର ଯୋ‌ଗେ ନିଜ ଗାଁକୁ ଫେରୁଥିଲେ। ତେବେ ବଡ଼ପୁଟ ଘାଟି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ସମସ୍ତେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ଆହତଙ୍କୁ ଜାନବାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ସୁଦ୍ଧା ଅନ୍ୟ ୧୩ଜଣ ଆହତଙ୍କ ଚିକିତ୍ସା ଜାରି ରହିଥିବା ପାପରମେଟେଲା ଥାନା ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *