ରାଜ୍ୟ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶାସନ ତତ୍ପର

ମାଲକାନଗିରି, : ଆଗାମୀ ମୌସୁମୀ ବର୍ଷା ନେଇ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତଥା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ନୀତେଶ ଓ୍ବାଧଓ୍ବାନି, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲାପରିଷଦ, ରତ୍ନାକର ସାହୁ ଓ ଉପଜିଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ମଞ୍ଚାସୀନ ଥିଲେ।

ଏହି ବୈଠକରେ ବନ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପ ନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇଛି । ବ୍ଲକ ଏବଂ ତହସିଲ ସ୍ତରରେ ପ୍ରଚୁର ପରିମାଣରେ ଆବଶ୍ୟକୀୟ ରିଲିଫ ସାମଗ୍ରୀ ମହଜୁଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ସୂଚନା ନିମନ୍ତେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ସହ ଟୋଲ୍‌ ଟେଲିଫୋନ୍‌ ନଂ ୦୬୮୬୧-୨୩୧୩୭୨ ଏବଂ ଟୋଲ୍‌ ଫ୍ରି ନଂ ୧୦୭୭ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଣେ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ ବନ୍ୟା ସ୍ଥିତି ତଦାରଖ କରି ଜିଲାପାଳଙ୍କୁ ଏନେଇ ଅବଗତ କରାଇବେ।

Leave a Reply

Your email address will not be published. Required fields are marked *