ଦେଶ- ବିଦେଶ

ସଞ୍ଜୟ ସିଂଙ୍କୁ କ୍ଷମା ମାଗିନାହିଁ ଇଡି

ନୂଆଦିଲ୍ଲୀ, : ଆମ ଆଦମୀ ପାର୍ଟି ଏମପି ସଞ୍ଜୟ ସିଂ ବୁଧବାର ତାଙ୍କର ଅଫିସିୟାଲ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ଦାବି କରିଥିଲେ କି ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଚାର୍ଜସିଟରେ ତାଙ୍କ ନାମ ଉଲ୍ଲେଖ କରିବାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କ୍ଷମା ମାଗିଛନ୍ତି। ହେଲେ ଏବେ ଇଡି ଦ୍ୱାରା ପଠାଯାଇଥିବା ଚିଠି ସାମ୍ନାକୁ ଆସିଛି, ଯେଉଁଥିରେ କ୍ଷମାର କୌଣସି ଶବ୍ଦ ଉଲ୍ଲେଖ କରାଯାଇ ନାହିଁ।

ସଞ୍ଜୟ ସିଂଙ୍କ ମାନହାନି ନୋଟିସର ଜବାବ ଦେଇ ଇଡି କହିଛି ଚାର୍ଜସିଟରେ କେବଳ ଗୋଟିଏ ସ୍ଥାନରେ ପୂର୍ବତନ ଅବକାରୀ କମିଶନର ରାହୁଲ ସିଂଙ୍କ ନାମ ବଦଳରେ ସଞ୍ଜୟ ସିଂଙ୍କ ନାମ ଲେଖାଯାଇଛି। ଯାହାକୁ କୋର୍ଟରେ ଠିକ କରିବାକୁ କୁହାଯାଇଛି। ବାକି ସମସ୍ତ ଜାଗାରେ ତାଙ୍କ ନାମ ଠିକ ଲେଖାଯାଇଛି। ଏହି ଲେଟର ଏବେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ନିକଟରେ ଥିବା ବେଳେ ଏଥିରେ କ୍ଷମା ମାଗିବାର କୌଣସି ଉଲ୍ଲେଖ ନାହିଁ। ହେଲେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରେସ କନଫରେନ୍ସ କରି ଦାବି କରିଥିଲେ କି ଦେଶର ଇତିହାସରେ ପ୍ରଥମ ଥର ଇଡି କ୍ଷମା ମାଗିଛି।

Leave a Reply

Your email address will not be published. Required fields are marked *