ମୁଖ୍ୟ ଖବର

ପୁଟିନଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ଆଣିଲା ରୁଷିଆ

ମସ୍କୋ, : ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ରୁଷିଆ ଅଭିଯୋଗ କରିଛି। ରୁଷିଆ କହିଛି, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ମସ୍କୋ ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। ହେଲେ ରୁଷିଆ ସେନା ଦୁଇଟି ଡ୍ରୋନକୁ ତଳକୁ ଖସାଇ ଦେଇଛନ୍ତି।

କ୍ରେମଲିନ କହିଛି,ଏହି ଆକ୍ରମଣକୁ ଏକ ସୁଚିନ୍ତିତ ଆତଙ୍କବାଦୀ କାର୍ଯ୍ୟ ଏବଂ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଏକ ପ୍ରୟାସ। ତେବେ ପୁଟିନ ଆହତ ହୋଇନାହାଁନ୍ତି ଏବଂ କ୍ରେମଲିନ ବିଲ୍ଡିଂରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବିବୃତ୍ତିରେ କୁହାଯାଇଛି। ତେବେ ଏହି ଘଟଣାକୁ ନେଇ ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *