ସାହିତ୍ୟ

ପଲ୍ଲବିନୀ, ଏକ ରହସ୍ୟ

ଗୌତମ ବାବୁ ଜଣେ ସର୍ଟ ଫିଲ୍ମ ସ୍କ୍ରିପ୍ଟ ରାଇଟର। ଅର୍ଥାତ କ୍ଷୁଦ୍ର ଚଳଚିତ୍ର ପାଇଁ ସେ କାହାଣୀ ଓ ସ୍କ୍ରିପ୍ଟ ଲେଖନ୍ତି।ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ଥର ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି। ବୟସ ମାତ୍ର ତିରିଶ ହେବ କିନ୍ତୁ ପ୍ରତିଭାର କୌଣସି ଅଭିଜ୍ଞ ଲେଖକ ମାନଙ୍କୁ ଠାରୁ କୌଣସି ଗୁଣରେ କମ ନୁହନ୍ତି। ମଣିଷ ହିସାବରେ ମଧ୍ୟ ଜଣେ ସରଳ, ସାଧାରଣ,ମେଳାପୀ ମଣିଷଟିଏ। ତାଙ୍କ ଜୀବନ ଅତି ଆନନ୍ଦରେ କଟୁଥିଲା।ମାଆ ବାପା ଗାଆଁରେ ଖୁସିରେ ଅଛନ୍ତି। କାମ ପାଇଁ ଅଧିକାଂଶ ସମୟ ଗୌତମ ବାବୁ ଭୁବନେଶ୍ୱର ରେ ରୁହନ୍ତି। ଆଉ ତାଙ୍କ ସଙ୍ଗିନୀ ସୀମା, ରୂପରେ ଗୁଣରେ କୌଣସିରେ କମ ନୁହଁନ୍ତି। ସେ ବି ଗୌତମ ବାବୁଙ୍କ ଭଲ ଯତ୍ନ ନିଅନ୍ତି। କିନ୍ତୁ ଏବେ କୌଣସି କାମ ପାଇଁ ପାଇଁ କିଛି ଦିନ ପାଇଁ କଟକ ଯାଇଛନ୍ତି।ଏଇ ନିକଟ ଅତୀତରେ ଗୌତମ ବାବୁଙ୍କୁ ଏକ ବଡ ପ୍ରୋଜେକ୍ଟ ବି ମିଳିଛି। ଯେଉଁଥିରେ ତାଙ୍କୁ ସାତଟି କାହାଣୀ ଲେଖିବାର ଅଫର ମିଳିଛି। ସେଥିପାଇଁ ସେ ଜୋର ସୋରରେ କାମ ଚାଲିଛି। ତିନୋଟି ଏବେ ପୁରା ହୋଇ ସାରିଲାଣି ଆଉ ଚତୁର୍ଥ କାହାଣୀଟି ଶୀଘ୍ର ଆରମ୍ଭ ହେବ। କିନ୍ତୁ ଏ ସବୁ ଭିତରେ ତାଙ୍କ ଜୀବନରେ ଯେଉଁ ଝଡ ଆସିବାକୁ ଯାଉଛି ସେ ଭୟାନକ ଭବିଷ୍ୟ ବିଷୟରେ ସେ ମୋଟେ ଅବଗତ ନାହାଁନ୍ତି।ସେ ଝଡର ଆରମ୍ଭ ହେଲା ତାଙ୍କ ଜନ୍ମଦିନ ଠାରୁ। ଦିନ ସାରା ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସାଉଁଟିଲେ। ରାତିରେ ସାଙ୍ଗମାନଙ୍କ ଗହଣରେ ଏକ ଛୋଟ କେକ କଟା ପାର୍ଟି ବି ହେଲା। ସମସ୍ତେ ଘରକୁ ଗଲା ପରେ ଗୌତମ ବାବୁ ମିଳିଥିବା ଉପହାର ସବୁ ଦେଖୁଥିଲେ। କିଛି ଦାମୀ ଉପହାର, କିଛି ସାଜସଜ୍ଜା ଜିନିଷ,କିଛି ଫୋଟୋଚିତ୍ର ଆହୁରି କେତେ କଣ? କିନ୍ତୁ ଗୌତମ ବାବୁ ଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଲା ତାଙ୍କ ସହ ଲେଖକ ନୀତିଶ ଙ୍କ ଉପହାର। ନୀତିଶ ସହ ଲେଖକ ଭାବେ ପୂର୍ବରୁ ତାଙ୍କ ସହ ମିଶି ବହୁ ପ୍ରୋଜେକ୍ଟ ରେ କାମ କରିଛି। ତା କାହାଣୀ ମଧ୍ୟ ଅତି ରୋମାଞ୍ଚକ ଆଉ ଶିକ୍ଷଣୀୟ ହୋଇଥାଏ। ଏ ପ୍ରୋଜେକ୍ଟ ମଧ୍ୟ ସେ ୩୦ ପ୍ରତିଶତ ଭାଗିଦାର ଅଛି। ତା ଉପହାର ଥିଲା ଗୋଟିଏ ସୁନ୍ଦର ଡାୟାରୀଟିଏ। ଏକଦମ ଆଶାନୁରୂପ ଉପହାରଟିଏ।ଗୋଟିଏ ଲେଖକ ହିଁ ଆଉ ଜଣେ ଲେଖକର ପସନ୍ଦକୁ ଜାଣିପାରେ ବୋଲି ଗୌତମ ବାବୁ ମନେ ମନେ ଭାବିଲେ। ସେ ସବୁ ଗିଫ୍ଟ ଗୁଡିକୁ ଉପଯୁକ୍ତ ସ୍ଥାନରେ ସଜାଇ ତା ପରେ ଶୋଇବାକୁ ଚାଲିଗଲେ। ଯେହେତୁ ଦିନ ସାରାର କାର୍ଯ୍ୟ ଯୋଗୁଁ ସେ କ୍ଳାନ୍ତ ହୋଇଯାଇଥିଲେ,ଶେଜକୁ ଯାଉ ଯାଉ ତାଙ୍କୁ ପ୍ରବଳ ନିଦ ଆସିଗଲା।କିନ୍ତୁ ଲାଇଟ ଲିଭି ଅନ୍ଧାର ହେଲା ପରେ ଆରମ୍ଭ ହେଲା କିଛି ଭୟାତୁର ପରିଘଟଣାର ଆରମ୍ଭ। ଟେବୁଲ ଉପରେ ରଖା ହୋଇଥିବା ଡାୟାରୀଟା ହଲିବାକୁ ଆରମ୍ଭ କଲା ଏବଂ ଡାୟାରୀ ଉପରେ ରକ୍ତ ପରି ଲାଲ ରଙ୍ଗରେ ଆପେ ଆପେ ଲେଖି ହୋଇଗଲା “ପଲ୍ଲବୀ……”।ପର ଦିନ ସକାଳୁ ଉଠି ନିତ୍ୟକର୍ମ ସାରିଲା ପରେ ଗୌତମ ବାବୁ ନିଜ ଚତୁର୍ଥ କାହାଣୀ ଲେଖିବା ଆରମ୍ଭ କଲେ। ତାଙ୍କ ନଜର ପଡିଲା ସେ ସୁନ୍ଦର ଡାୟାରୀ ଟି ଉପରେ ପଡ଼ିଲା। କିନ୍ତୁ ଡାୟାରୀ ଉପରେ କିଛି ଲେଖା ହୋଇନଥିଲା। ସେ ସ୍ଥିର କଲେ ଚତୁର୍ଥ କାହାଣୀଟି ଏ ଡାୟାରୀଟିରେ ଲେଖିବେ।ଗୌତମ ବାବୁ ବର୍ତ୍ତମାନ କାଲି ରାତ୍ର ଦେଖିଥିବା ସ୍ୱପ୍ନ ବିଷୟରେ ଭାବିଲେ। ସେ ଦେଖିଥିଲେ ଏକ ବିରାଟ ବଙ୍ଗଳା। ଅତ୍ୟନ୍ତ ଭବ୍ୟ ଓ ସୁନ୍ଦର ନିର୍ମାଣ ଶୈଳୀରେ ନିର୍ମିତ ଘରଟିଏ। କିନ୍ତୁ ବହୁଦିନ ହେବ ବୋଧେ ସେ ଘରକୁ କେହି ଯାଇନାହଁନ୍ତି। ଚାରି ଆଡ଼େ ଧୂଳି ଧୂସର, ଶୁଖିଲା ପତ୍ର, ବୁଡୁବୁଡୁଆଣି ଜାଲ, ଲତା ସବୁ ମାଡି ଯାଇଥିଲେ। ସମୁର୍ଣ୍ଣ ନିର୍ଜନ ଓ ନିକାଞ୍ଚନ ସ୍ଥାନଟିଏ।ଗୌତମ ବାବୁ ଏକ କାନ୍ଥରୁ ଲତା ଆଡେଇ ଦେଖିଲେ , ବଡ ବଡ ଅକ୍ଷରରେ ଲେଖା ହୋଇଛି “ପଲ୍ଲବିନୀ ୨୦୧୮”। ଏକ ରହସ୍ୟମୟ ବଙ୍ଗଳାଟିଏ।ବଙ୍ଗଳାରେ ବୁଲୁ ବୁଲୁ ସେ ଝୁଣ୍ଟି ପଡ଼ିଥିଲେ ଓ ତାଙ୍କ ନିଦ ଭାଙ୍ଗିଯାଇଥିଲା। ସେହିଥିରୁ ଅନୁପ୍ରାଣିତ ହୋଇ ସେ ଚତୁର୍ଥ କାହାଣୀର ନାମ “ପଲ୍ଲବିନୀ , ଏକ ରହସ୍ୟ ” ରଖିବାକୁ ସ୍ଥିର କଲେ। କିନ୍ତୁ କାହାଣୀକୁ ଆଗକୁ ନେବା ପୂର୍ବର ତାଙ୍କ ସାଙ୍ଗ ନୀତିଶଙ୍କ ଗାଡିର ହର୍ଣ୍ଣ ବାଜି ଉଠିଲା । ନୀତିଶ ବାବୁ ତଳେ ଥାଇ କୌଣସି ଏକ ଜାଗା ଦେଖିବାକୁ ଯିବା ବୋଲି ଗୌତମ ବାବୁଙ୍କୁ ଡାକୁଥିଲେ। କାଳେ ଡ଼ାଇରେକ୍ଟର ବି ଆସୁଛନ୍ତି। ଡାୟାରୀକୁ ବନ୍ଦ କରି ନୀତିଶଙ୍କ ସହ ବାହାରି ପଡିଲେ। ଏପଟେ ପୁଣି ଅନ୍ଧାର ଘର ଭିତରେ ଡାୟାରୀ ଉପରେ ପୁଣି ଲେଖି ହୋଇଯାଉଥିଲା “ପଲ୍ଲବୀ……”।ନୀତିଶଙ୍କ ସାଙ୍ଗେ ଗୌତମ ବାବୁ ୧୦୦ କିମି ଗଲା ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ଓ ସେଠାରେ ସେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା। ଠିକ ସେହିବଙ୍ଗଳା, ସେହି ଅବସ୍ଥା, ଆଉ କାନ୍ଥ ଉପରେ ଲେଖା ହୋଇଥାଏ ଠିକ ସେହିପରି ଲେଖା ହୋଇଥିଲା “ପଲ୍ଲବିନୀ ୨୦୧୮”। ଗୌତମ ବାବୁ ନିଜ ଆଖି ଆଗର ଦୃଶ୍ୟପଟ ଏବଂ ଗତକାଲିର ସତ୍ୟତା ମଧ୍ୟରେ ଅନେକ ସମାନତା ଦେଖି ପାରୁ ଥିଲେ।ନୀତିଶ କହି ଚାଲିଲେ ,” ବୁଝିଲ ଗୌତମ ଆମ କୁ ଆମ ପରବର୍ତ୍ତୀ ଫିଲ୍ମ ପାଇଁ କାହାଣୀ ଓ ସୁଟିଙ୍ଗ ଲୋକେସନ ଦୁଇଟି ଯାକ ଏକା ସାଙ୍ଗରେ ମିଳିଗଲା। ପୁରା ସତ କାହାଣୀ ଏବଂ ସତ ଲୋକେସନ। ଜାଣିଛ ଏ ବଙ୍ଗଳାଟି ଯୁବ ବିଜେନେସମେନ ରାଜେଶ ପଟ୍ଟନାୟକଙ୍କର। ଗତ ଦି ବର୍ଷ ତଳେ ତାଙ୍କ ପତ୍ନୀ ପଲ୍ଲବି ତାଙ୍କୁ ମାରିଦେଇ, ସବୁ ସମ୍ପତ୍ତି ନେଇ କୁଆଡେ ଫେରାର ହୋଇଯାଇଛନ୍ତି। ଘଟଣା କିଛି ଏପରି ଯେ ରାଜେଶ ବାବୁ ଆଉ ପଲ୍ଲବୀ ପ୍ରେମ ବିବାହ କରିଥିଲେ।ସେ ନିଜ ସ୍ତ୍ରୀଙ୍କୁ ଜୀବନଠୁ ଅଧିକ ଭଲ ପାଉଥିଲେ। ସେଇଥି ପାଇଁ ତ ଏ ବଙ୍ଗଳାର ନାମ ପଲ୍ଲବିନୀ । କିନ୍ତୁ ନିଜ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ପଲ୍ଲବିଙ୍କୁ ଯଥେଷ୍ଟ ସମୟ ଦେଇପାରୁନଥିଲେ। ତେଣୁ ପଲ୍ଲବି ଖୋଜିନେଲେ ପରକିୟା ପ୍ରୀତିର ସାହାରା। ଦିନେ ରାଜେଶ ବାବୁ ତାଙ୍କ ସ୍ତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଶରତ ସହ ଦେଖିନେଲେ ତେଣୁ ସେ ରାଗରେ ଉତକ୍ଷିପ୍ତ ହୋଇ ପଲ୍ଲବିଙ୍କୁ ମାରିଲେ ଓ ଛାଡପତ୍ରର ଧମକ ଦେଲେ। ଯେଉଁଥିରେ ପଲ୍ଲବି ରାଗିଯାଇ ତାଙ୍କ ପ୍ରେମିକ ସହ ମିଶି ତାଙ୍କୁ ଟେବୁଲ ଉପରେ ପିଟି ପିଟି ମାରିଦେଲେ। କିନ୍ତୁ ଏ ସବୁ ଦୃଶ୍ୟ ରାଜେଶଙ୍କ ସେକ୍ରେଟାରୀ ଜ୍ୟୋତି ଦେଖିସାରିଥିଲେ।ସେ ସେଠାରୁ ଖସି ପଳାଇଥିଲେ। କାଳେ ଜ୍ୟୋତି ପୁଲିସକୁ ଯାଇ ସବୁ କଥା କହିଦେବେ ଆଉ ସେମାନଙ୍କୁ ଫାଶୀ ହୋଇଯିବ ସେ କଥା ଭାବି ପରସ୍ପର ଦୋଷାରୋପ କରୁଥିବା ବେଳେ ପଲ୍ଲବି ଶରତକୁ ଠେଲି ଦେଲେ ଯାହା ଯୋଗୁଁ ସେ ଛାତରୁ ପଡି ମରିଗଲା। ତାପରେ ସେ ଧୋକାବାଜ ପଲ୍ଲବି ଘରର ସବୁ ଧନ ସମ୍ପତ୍ତି ନେଇ କୁଆଡେ ଅନ୍ତ୍ରଧ୍ୟାନ ହୋଇଗଲା ଯେ ପୋଲିସ ଏବେ ଯାଏଁ ଖୋଜି ପାରୁନାହିଁ। ଯିଏ ତାକୁ ଜୀବନଠୁ ଅଧିକ ଭଲ ପାଉଥିଲା, ତାଙ୍କୁ ଜୀବନରୁ ମାରିଦେଲା। ଏ ସବୁ କଣ ଭଗବାନ ସହିଥାନ୍ତେ ତେଣୁ ନା ସେ ନିଜ ପ୍ରେମକୁ ପାଇ ପାରିଲା ନାଁ ଶାନ୍ତିରେ ରହିପାରିଲା। ମୁଁ ତ ଶୁଣିଛି ଘରର କେରଟେକର ଜ୍ୟୋତି ମେଡମ ଙ୍କ ଉପରେ ଏବେବି ବହୁଥର ଆଟାକ ହୋଇଛି । କାରଣ ତାଙ୍କରି ଯୋଗୁଁ ଏ ସବୁ କଥା ବାହାରକୁ ଆସିଥିଲା ନା। ମୁଁ ତ ଏହା ବି ଶୁଣିଛି ଯେ ରାଜେଶ ବାବୁଙ୍କ ଭୂତ ଏ ଘରେ ଏବେ ବି ଅଛି ତେଣୁ ଏ ଘରକୁ ଆଜି ଯାଏଁ କେହି କିଣୁନାହାନ୍ତି। କାହାଣୀଟିକୁ ଗୋଟିଏ ହରର ଏଙ୍ଗେଲ ଦେଇଦେଲେ ଏ କାହାଣୀଟି ବି ସୁପରହିଟ ହୋଇଯିବ ନୁହେଁ। କଣ କହୁଛ ?” ଏପଟେ ଗୌତମ ବାବୁ ଦ୍ଵନ୍ଦରେ ଥାଆନ୍ତି, ପ୍ରତିଟି କାନ୍ଥ, ପ୍ରତିଟି ଚିତ୍ରକୁ ସେ ଗତକାଲି ତାଙ୍କ ସ୍ୱପ୍ନରେ ଦେଖିଛନ୍ତି। ସେ ଅନ୍ୟମନସ୍କ ହୋଇଯାଉଥାନ୍ତି। ନୀତିଶ ବାବୁ ତାଙ୍କୁ ସାମାନ୍ୟ ଧକ୍କା ଦେବାରୁ ସେ ହୋସ କୁ ଆସିଲେ ଓ ତାଙ୍କ କଥାରେ ହଁ ଭରିଲେ। ତାପରେ ଡ଼ାଇରେକ୍ଟର ମଧ୍ୟ ଆସି ପହଁଞ୍ଚିଲେ। ନୀତିଶ ବାବୁ ତାଙ୍କ ସହ କଥା ହେଉଥାନ୍ତି କିଛି ସାମାନ୍ୟ ଯୁକ୍ତି ମଧ୍ୟ ହେଉଥାଏ। କିନ୍ତୁ ଏପଟେ ଗୌତମ ବାବୁ ସ୍ୱପ୍ନ ଓ ସତ ମଧ୍ୟରେ ସମ୍ବନ୍ଧ ଖୋଜିବାରେ ପୁଣି ବ୍ୟସ୍ତ ହୋଇଗଲେ। କିଛି ସମୟ ପରେ ସେମାନେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ।ଗୌତମ ବାବୁ ଘରକୁ ଫେରି କାହାଣୀଟି କୁ ନିଜ କଲମରେ ନୂଆଁ ରଙ୍ଗ ଦେବାକୁ ବସିଲେ। ନୀତିଶ ବାବୁଙ୍କ ଠାରୁ ଯାହା ଶୁଣିଥିଲେ ସେ ସେହି ଅନୁସାରେ ଲେଖି ଚାଲିଲେ। କିନ୍ତୁ ତାଙ୍କ ମନ ମଧ୍ୟରେ ଏକ ଅଜବ ଅସନ୍ତୋଷ ତାଙ୍କୁ ଆନ୍ଦୋଳିତ କରୁଥିଲା। ସେ ଅସ୍ଥିର ହୋଇ ପଡୁଥିଲେ।ସେଥିପାଇଁ ସେ ଡାୟାରୀ ବନ୍ଦ କରି କିଛି ସମୟ ବିଶ୍ରାମ କରିବାକୁ ନିଷ୍ପତ୍ତି ନେଲେ। ଆଉ ଯେତେବେଳେ ସେ ଟିକିଏ ନିଦରେ ଶୋଇଛନ୍ତି, ପୁଣି ଡାୟାରୀ ରେ ଲେଖି ହୋଇଗଲା “ପଲ୍ଲବି….” । ଏପଟେ ତାଙ୍କ ସ୍ୱପ୍ନରେ ସେ ଦେଖିଲେ କେହି ଜଣେ ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରୁଛି, କେହି ଜଣେ ଚିତ୍କାର କରି ଛାତରୁ ପଡି ଯାଉଛି , କେହି ଜଣେ ନାରୀ ବହୁତ ଜୋରରେ ହସୁଛି ଏବଂ ଜଣେ ନାରୀ ଚିତ୍କାର କରୁଛନ୍ତି। ଯଦି ଆଜିର କାହାଣୀ ସତ ତେବେ ସେ ହସୁଥିବା ମଣିଷଟି ଧୋକାବାଜ ପଲ୍ଲବିନୀ ନୁହେଁ ତ ? ସେ ଚିତ୍କାର କରି ଉଠିଥିବା ମହିଳା ଜଣଙ୍କ ବୋଧେ ଜ୍ୟୋତି ମେଡମ ହୋଇଥିବେ? ଏ ସମୟରେ ଗୋଟିଏ ଗାଡି ପୂର୍ଣ୍ଣ ବେଗରେ ଚାଲିଯାଉଛି। କଣ ଘଟୁଛି ଏସବୁ ? ତାଙ୍କୁ ହିଁ କାହିଁକି ଏ ସବୁ ଦେଖାଯାଉଛି ? ଏ ଘଟଣା ସହ ତାଙ୍କର କଣ ସମ୍ପର୍କ ? ବାରମ୍ବାର ଉକ୍ତ ଘଟଣା ଗୁଡିକ ତାଙ୍କୁ ସ୍ୱପ୍ନରେ ବିଚଳିତ ଓ ଭୟଭୀତ କରିପକାଇଲା। ତେଣୁ ସେ ହଠାତ ଚେଇଁ ଉଠିଲେ। ସେ କିଛି ବୁଝି ପାରୁନଥାନ୍ତି। ସେ ୱାସ ରୁମରେ ଯାଇ ମୁହଁ ଧୋଇଲେ ଏବଂ ଯେତେବେଳେ ଫେରି ସେ ଡାୟାରୀ ଙ୍କୁ ଦେଖିଲେ ସେ ସମୁର୍ଣ୍ଣ ଭୟଭୀତ ହୋଇଗଲେ। ସେ ଦେଖିଲେ ଡାୟାରୀ ଉପରେ ରକ୍ତରେ ଲେଖା ହୋଇଛି “ପଲ୍ଲବି…..” ଏବଂ ପାଖରେ ବିଞ୍ଚି ହୋଇ ପଡିଥାଏ ସେ ଲେଖିଥିବା ସେଇ ଦୁଇ ପୃଷ୍ଠା। ଏ ସବୁ ଦେଖି ଗୌତମ ବାବୁ ନିଜ ନିୟନ୍ତ୍ରଣ ହରାଇ ବସୁଥିଲେ। ସେ ନୀତିଶଙ୍କୁ ଫୋନ କରି ଘରକୁ ଡାକିଲେ, ତାଙ୍କୁ ସବୁକଥା କହିଲେ। ନୀତିଶ ବାବୁ ତାଙ୍କୁ ଆଶ୍ୱାସନା ଦେବାକୁ ଯାଇ କହିଲେ, ” ହଉ ଠିକ ଅଛି , ଆମେ ସେ କାହାଣୀ ଆଉ ଲେଖିବା ନାହିଁ । ତମେ ଏଇଠି ବସ ଆଉ ରେଷ୍ଟ ନିଅ। ମୁଁ ତମ ପାଇଁ କିଛି ଖାଇବା ଓ ମେଡ଼ିସିନ ନେଇ ଆସୁଛି।” ଗୌତମ ବାବୁଙ୍କ ଅନୁସାରେ ସେ ଡାୟାରୀ କୁ ଦେଖିବାକୁ ଗଲେ କିନ୍ତୁ ଡାୟାରୀରେ ତ କିଛି ଲେଖା ହୋଇ ନ ଥାଏ। ପୃଷ୍ଠା ବି ଠିକ ଅଛି। ସେ ବି ଦ୍ଵନ୍ଦରେ ପଡିଗଲେ ଏବଂ ବାହାରକୁ ଚାଲିଗଲେ।

ଯେପରି ଗୌତମ ବାବୁଙ୍କ ଆଖି ଟିକିଏ ପଡିଛି, ପୁଣି ଥରେ ଡାୟାରୀ ଜୀବନ୍ତ ହୋଇ ଉଠିଲା। ଉପରେ ପୁଣିଥରେ ରକ୍ତ ରଙ୍ଗରେ ଲେଖି ହୋଇଗଲା “ପଲ୍ଲବି…..”। ହଠାତ ତାଙ୍କୁ କେଉଁ ଏକ ଅଦୃଶ୍ୟ ଶକ୍ତି ଟାଣି ଆଣି ଟେବୁଲ ଉପରେ ବସାଇଦେଲା। ସେ ଉଠିବାକୁ ଚେଷ୍ଟା କରୁଥାନ୍ତି କିନ୍ତୁ ପାରନ୍ତି ନାହିଁ। ଡାୟାରୀ ଟି ଆପେ ଆପେ ଖୋଲି ହୋଇଗଲା ଆଉ ଆପେ ଆପେ ରକ୍ତ ରଙ୍ଗରେ ଲେଖି ହୋଇଗଲା ଗୌତମ ବାବୁ ଆପଣ ଏ କାହାଣୀରୁ ଫେରିପାରିବେ ନାହିଁ, ଆପଣଙ୍କୁ ଭଗବାନ ବାଛିଛନ୍ତି ଏହି କାହାଣୀକୁ ସମୁର୍ଣ୍ଣ କରିବାପାଇଁ। ଏକ କାହାଣୀ ବିଶ୍ୱାସଘାତକତାର, ଏକ କାହାଣୀ ଛଳନା ର ଏକ କାହାଣୀ ପଲ୍ଲବିର , ଏକ କାହାଣୀ ପଲ୍ଲବିନୀ ର….। ଯାହାକୁ କେବଳ ଆପଣ ହିଁ ପୁରା କରିବେ।

ଗୌତମ ବାବୁ ଡର ଡର ସ୍ୱରରେ କହିଲେ ,”ମୁଁ ତ କାହାଣୀ ଜାଣିଛି।” ଡାୟାରୀରେ ପୁଣି ଲେଖି ହୋଇ ଚାଲିଲା , ଆପଣ ଯାହା ଜାଣିଛନ୍ତି ସବୁ ଭୁଲ, ଆପଣଙ୍କୁ ମଧ୍ୟ ମିଛ କୁହାଯାଇଛି। ଜାଣିବାକୁ ଚାହାନ୍ତି ପ୍ରକୃତ ସତ ତେବେ ପଢନ୍ତୁ। ଡାୟାରୀରେ ଧୀରେ ଧୀରେ ଲେଖି ହୋଇଯାଉଥାଏ। ମୁଁ ରାଜେଶ, ସେଇ ହାତଭାଗା ରାଜେଶ ପଟ୍ଟନାୟକ। ମୋ ବିଜିନେଶ ଭଲ ଚାଲିଥାଏ।ମୁଁ ପଲ୍ଲବୀକୁ ବାହା ହେଲି ୨୦୧୮ ମସିହାରେ। ଗରିବ ଝିଅଟି ସେ। ସେ ମୋତେ ଆଶାନୁରୂପ ଭଲପାଇବା,ସମ୍ମାନ,ଯତ୍ନ ଦେଲା। ମୁଁ ତାକୁ ଅନେକ ଅବହେଳା କରିଛି କିନ୍ତୁ ସେ କେବେ ବି ମୋ ଉପରେ ଅଭିମାନ କରିନାହିଁ। ତେଣୁ ମୁଁ ତାକୁ ବହୁତ ଭଲ ପାଉଥିଲି ଆଉ ସେଇଥି ପାଇଁ ତ ମୋ ବଙ୍ଗଳାର ନାମ ମୁଁ ତା’ରି ନାମରେ ରଖିଲି , ପଲ୍ଲବିନୀ…। ମୋ ପରିବାର କହିଲେ ମୁଁ ଆଉ ମୋ ସ୍ତ୍ରୀ। ଆଉ ହଁ ଜ୍ୟୋତି ମୋ ସେକ୍ରେଟାରୀ ମଧ୍ୟ ଆମ ପରିବାର ଭଳି ଥିଲା ଯାହାକୁ ମୁଁ ଗରିବ ଝିଅଟିଏ ବୋଲି ଭାବି ଗାଆଁରୁ ଆଣି ତାକୁ ଚାକିରୀ ଦେଇଥିଲି। କିନ୍ତୁ ସମୟକ୍ରମେ ସେ ମୋ ପ୍ରତି ଓ ମୋ ସମ୍ପତ୍ତି ପ୍ରତି ଆସକ୍ତ ହୋଇଗଲା। ସେ ଥରେ ମୋତେ ପ୍ରେମ ନିବେଦନ କଲା ଓ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଇଲା। ମୁଁ ତାର ଉଦ୍ଧେଶ୍ୟ ଜାଣି ପାରିଲି ଓ ତାକୁ ସେ ଦିନ ରାତିରେ ହିଁ ଚାକିରିରୁ ବାହାର କରି ବିଦା କରିଦେଲି। କିଛି ସମୟ ପରେ ସେ ମୋ ଘରକୁ ପୁଣି ଫେରିଲା। କିନ୍ତୁ ଏଥର ସେ ଏକା ନଥିଲା। ତାର ଜଣେ ସାଙ୍ଗ ବି ତା ସାଥିରେ ଥିଲା। କୌଣସି ଆସନ୍ନ ବିପତ୍ତି କୁ ସିସି ଟିଭିରେ ଦେଖି ମୁଁ ପଲ୍ଲବି କୁ ସିକ୍ରେଟ ରୁମରେ ଲୁଚାଇଦେଲି। ତାପରେ ସେମାନେ ମୋ ପାଖରେ ପହଞ୍ଚି ମୋତେ ଘରର କାଗଜ ଉପରେ ଦସ୍ତଖତ କରିବାକୁ ବାଧ୍ୟ କଲେ , ନହେଲେ ଧମକ ଦେଲେ ଯେ ସେମାନେ ପଲ୍ଲବି କୁ ଜୀବନରୁ ମାରିଦେବେ। ମୁଁ ସଫା ସଫା ମନା କରି ତାକୁ ଜୋରରେ ଗୋଟିଏ ଚାପୁଡ଼ା ମାରିଲି। ଯେଉଁଥିରେ ସେ ଉତକ୍ଷିପ୍ତ ହୋଇ ଉଠିଲା ଏବଂ ଦୁହେଁ ମିଶି ଡାଇନିଂ ଟେବୁଲ ଉପରେ ମୋ ମୁଣ୍ଡକୁ ବାରମ୍ବାର ପିଟିଚାଲିଲେ ଯାହା ଫଳରେ ମୁଁ ରକ୍ତ ଜୁଡୁବୁଡୁ ହୋଇଗଲି।ସେମାନେ ଉଭୟ ଜୋର ଜୋରରେ ହସିଲେ ଆଉ ମୋତେ ଛାଡ଼ି ପଲ୍ଲବି କୁ ଚାରିଆଡେ ଖୋଜିଲେ କିନ୍ତୁ ପାଇଲେ ନାହିଁ। ପଲ୍ଲବି କାଳେ ପୋଲିସ ପାଖକୁ ଯାଇ କିଛି କହିଦେଇଥିବ ଭାବି ଦୁହିଁଙ୍କ ଭିତରେ ଯୁକ୍ତିତର୍କ ଚାଲିଲା। ଜ୍ୟୋତି ଅଜାଣତରେ ତା ସାଙ୍ଗକୁ ଛାତରୁ ତଳକୁ ଠେଲିଦେଲା। ଏ ସବୁ ଦୃଶ୍ୟ ସିକରେଟରୁମ ର ସିସି ଟିଭିରେ ଦେଖି ପଲ୍ଲବି ସ୍ତବ୍ଧ ହୋଇଗଲା ଓ କୋମାକୁ ଚାଲିଗଲା। ମୁଁ ଛଟପଟ ହୋଇ ପ୍ରାଣ ହାରିଲି, କିନ୍ତୁ ମୋ ଆତ୍ମା ପଲ୍ଲବିର ଏହି ଡାୟାରୀ ରେ ରହିଯାଇଥିଲା। ସେ ଦିନ ଠାରୁ ମୁଁ ଏ ଦୁନିଆର ନ ହୋଇ ମଧ୍ୟ ଏ ଦୁନିଆରେ ରହିବାକୁ ବାଧ୍ୟ ହେଲି। ବୁଝି ପାରିଲେ ତ ସବୁ।

ଆଖିରୁ ଝରି ଆସୁଥିବା ଲୁହକୁ ପୋଛି ଦେଇ ଗୌତମ ବାବୁ ପଚାରିଲେ ,” ତେବେ ପଲ୍ଲବି ମେଡାମ କୁଆଡେ ଗଲେ?”ଆପେ ଆପେ ଲେଖି ହୋଇଗଲା ,” ସେ ଏବେବି ସେଇ ରୁମ୍ ରେ ଅଛି। ଆଜି ଯାଏଁ ମୁଁ ତାର ଯତ୍ନ ନେଉଛି।”ତା’ମାନେ କଣ ପଲ୍ଲବିନୀ ମେଡାମ ବଞ୍ଚିଛନ୍ତି?”””ହଁ””ତେବେ ଆପଣ କେବେ କାହାକୁ ନ ଥିଲେ କାହିଁକି ?””କିପରି କହିବି ସେମାନେ ଆମ ବିଷୟରେ ମିଛ କଥା ଚାରିଆଡେ ପ୍ରସାରିତ କରିଦେଇଥିଲେ। ନା ଭୂତ ଡରରେ କେହି ସେଠିକୁ ଯାଉଥିଲା ନା କିଏ ମୋ କଥା ଶୁଣିବାକୁ ପସନ୍ଦ କରିଥାନ୍ତା। ତା ପରେ ବି ଯଦି ସେମାନେ ଜାଣନ୍ତେ ପଲ୍ଲବି ବଞ୍ଚିଛି ବୋଲି ସେମାନେ କଣ ତାକୁ ଛାଡ଼ିଥାନ୍ତେ ? ମୁଁ ଆପଣଙ୍କ ପରି ମଣିଷଟିଏ ଖୋଜୁଥିଲି । “”ରାଜେଶ ବାବୁ , ଏଥର ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ, ଆପଣଙ୍କ କାହାଣୀ ଦୁନିଆ ଜାଣିବ। ମୁଁ ଲେଖିବି ଆପଣଙ୍କ କାହାଣୀ। କେବଳ ଏତିକି ନୁହଁ ଆପଣ କିପରି ନ୍ୟାୟ ପାଇବେ, ଆପଣଙ୍କ ହତ୍ୟାକାରୀ ମାନେ କିପରି ଦଣ୍ଡ ପାଇବେ ଓ ପଲ୍ଲବି ମେଡାମ କିପରି ଠିକ ହେବେ ସେ ଦାୟିତ୍ୱ ମୋର। (ସାମୟିକ ବିରାମ ପରେ )ସବୁ ଠିକ କିନ୍ତୁ ମୁଁ ବୁଝି ପାରୁନାହିଁ ମୁଁ ହିଁ କାହିଁକି ? ଆଉ ମୁଁ ତ ଆପଣଙ୍କୁ ପ୍ରଥମରୁ ଚିହ୍ନି ନାହିଁ ତେବେ ଆପଣଙ୍କ କାହାଣୀର ଅଂଶ ହେଲି କିପରି ? “”ତୁମେ ଜାଣିବାକୁ ଚାହୁଁଛ ତ ? ତେବେ ଶୁଣ । ତୁମେ ସ୍ୱପ୍ନରେ ଯାହାକୁ ଚିତ୍କାର କରିବାର ଦେଖିଥିଲ ସେ ପ୍ରକୃତରେ ପଲ୍ଲବି, ଆଉ ଯିଏ ଜୋରରେ ହସୁଥିଲା ସେ ହେଉଛି ଜ୍ୟୋତି। କିନ୍ତୁ ମିଛ କାହାଣୀ ଧାରାରେ ଆପଣ ଭୁଲ ନିର୍ଣ୍ଣୟ ନେଇଯାଉଥିଲେ।””ତଥାପି ଏହି କାହାଣୀରେ ମୋର ଚରିତ୍ର କଣ? “”ତୁମେ କଣ ଜ୍ୟୋତିର ଚେହେରା ଦେଖିଛ ? “”ନା,ଡାୟାରୀ ର ପରବର୍ତ୍ତୀ ପୃଷ୍ଠାରେ ଏକ ଫୋଟୋ ଆଙ୍କି ହୋଇଗଲା।ସେ ଫୋଟୋକୁ ଦେଖି ଗୌତମ ବାବୁ ବିଶ୍ୱାସ କରି ପାରୁନଥିଲେ। ଇଏତ ତାଙ୍କ ସୀମା।” ନା, ଏସବୁ ମିଛ ।”” କିଛି ମିଛ ନୁହେଁ ଗୌତମ। ସବୁ ସତ ମୋ ସେକ୍ରେଟାରୀ ଜ୍ୟୋତି ଓ ତୁମ ହତ୍ୟାକାରୀ ସୀମା ଅଲଗା ନୁହଁନ୍ତି। ଦୁଇ ଜଣ ସମାନ। ମୋ ପରେ ସିଏ ତୁମକୁ ଶିକାର ରୂପେ ବାଛିନେଲା। ଆଉ ଏବେ କଟକରେ ତାର ପରବର୍ତ୍ତୀ ଶିକାର ପାଇଁ ଯାଇଥିଲା। ମୁଁ ପ୍ରଥମ ଦିନରୁ କହିବାକୁ ଚାହୁଁଥିଲି କିନ୍ତୁ ପାରିଲି ନାହିଁ। ସେ ବଧେ ଆଜି ଫେରୁଛି।”ଗୌତମ ବାବୁ ସବୁ ଅବିଶ୍ୱାସ ଲାଗୁଥିଲା।ପୁଣି ଡାୟାରୀରେ ଲେଖି ହୋଇ ଚାଲିଲା ,” ଆପଣ ଥରେ ସେ ବିଶ୍ୱାସ ଘାତିନି କୁ ଫୋନ କରି ପଚାରନ୍ତୁ ରାଜେଶ କିଏ ? ଶରତ କିଏ ? ପଲ୍ଲବି କିଏ ? ସେ ନିଶ୍ଚୟ ବ୍ୟସ୍ତ ହୋଇ ପଡିବ।”ଯେପରି ଗୌତମ ବାବୁ ଫୋନ କରି ସୀମାକୁ ପଚାରିଛନ୍ତି ଯେ ରାଜେଶ, ଜ୍ୟୋତି,ଶରତ , ପଲ୍ଲବି କଥା ପଚାରିଛନ୍ତି , ସେପଟୁ ତା ବିଚଳିତ କଥାବାର୍ତ୍ତା ସବୁ ସ୍ପଷ୍ଟ କରିଦେଉଥିଲା। ସେ କହିଲା ବିଚଳିତ ହୋଇ କହିଲା ,” କେଉଁ ରାଜେଶ, କେଉଁ ଜ୍ୟୋତି , ଗୌତମ ବଧେ ତୁମ ଦେହ ଭଲ ନାହିଁ। ମୁଁ ତୁମ ପାଖରେ ପହଞ୍ଚୁଛି। ନୀତିଶ ପରା ତୁମ ପାଖରେ ଥିଲା ? ସେ କୁଆଡେ ଗଲା?”ଫୋନ କାଟିବା ପରେ ଗୌତମ ବାବୁ ଭାବୁଥିଲେ ସୀମା କିପରି ଜାଣିଲା ମୋ ପାଖରେ ନୀତିଶ ଅଛି ବୋଲି। ଠିକ ଏହି ସମୟରେ ଡାୟାରୀର ପର ପୃଷ୍ଠାରେ ଗୋଟିଏ ଭିଡିଓ ଦେଖାଗଲା ଯେଉଁଥିରୁ ସ୍ପଷ୍ଟ ଜଣା ଯାଉଥିଲା ଯେ କିପରି ସେଦିନ ନୀତିଶ ତାଙ୍କୁ ବଙ୍ଗଳା ଦେଖେଇବା ଆଳରେ ତାଙ୍କୁ ସେଠି ମାରିଦେବାକୁ ନେଇଥିଲା। ସେ ଲୋକ ଜଣଙ୍କ କୌଣସି ଡ଼ାଇରେକ୍ଟର ନଥିଲା । ସେ ଥିଲା ସୁପାରୀ କିଲର। କିନ୍ତୁ ଯେହେତୁ କଥା ଅନୁସାରେ କିଲର ତମ ସମ୍ପତ୍ତିର କାଗଜପତ୍ର ଆଣିବାକୁ ଭୁଲି ଯାଇଥିଲା ଯେଉଁଥିରେ ସେମାନେ ଗୌତମ ବାବୁଙ୍କ ଦସ୍ତଖତ ନେଇଥାନ୍ତେ , ସେ ଦିନ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଧୋକାବାଜ ପ୍ରେମିକା ଓ ବିଶ୍ୱାସହୀନ ବନ୍ଧୁ ର ଏଭଳି ପ୍ରକୃତି ଦେଖି ସେ ଭାଙ୍ଗି ପଡିଲେ। ସେ ଭାବୁଥିଲେ ସୀମାର ପେଶା ହୁଏତ ତାହା ହେଲେ ନୀତିଶ ବି…..। ବୋଧେ ତାକୁ ପ୍ରୋଜେକ୍ଟରେ ୩୦ ପ୍ରତିଶତ ଅଂଶୀଦାର ହେବା ମଞ୍ଜୁର ନଥିଲା ଅବା ସେ ଭାବି ନେଇଥିଲା ଯେ କାଳେ ତାର ଶ୍ରେୟ ମୁଁ ନେଇଯାଉଛି। ଠିକ ରି ସମୟରେ ଏକା ସାଙ୍ଗରେ ପହଞ୍ଚିଲେ ନୀତିଶ ଓ ସୀମା। ସେମାନେ ମିଶି ଗୌତମକୁ ମାରିବାର ଚେଷ୍ଟା କଲେ ,କିନ୍ତୁ ସବୁ ଗୌତମ କଣ ରାଜେଶ କି ? ସେ ମଧ୍ୟ ସେମାନଙ୍କ ସାମ୍ନା କଲେ। ତାପରେ ରାଜେଶ ବାବୁ ବି ତ ଥିଲେ ସହଯୋଗ ପାଇଁ। ଦୁହେଁ ମିଶି ନିର୍ଧୁମ ଛେଚିଲେ ଉଭୟଙ୍କୁ ଏବଂ ସେମାନଙ୍କୁ ବାଧ୍ୟ କରିଦେଲେ ସବୁ ସତ କଥା ମାନିଵାକୁ। କିନ୍ତୁ ଏତେ ସବୁ ପରେ ମଧ୍ୟ ରାଜେଶ ବାବୁ ତାଙ୍କୁ ଜୀବନରୁ ମାରିବାର କଥା ଉଠାଉ ନଥିଲେ। ମୋର ଏହି ପ୍ରଶ୍ନର ପ୍ରତ୍ୟୁତ୍ତରରେ ସେ ଲେଖି ଚାଲିଲେ ,” କିଏ କେବେ ମରିବ ତାହା ଭଗବାନଙ୍କ ହାତରେ। ମୁଁ ଅବା କିଏ। ମୋ ପଲ୍ଲବି ଭଲ ହୋଇଗଲେ,ତାକୁ ତା ଅଧିକାର ମିଳିଗଲେ,ମୋ ପଲ୍ଲବିନୀ ପୁଣି ପୂର୍ବପରି ଫୁଲକିତ ହୋଇଗଲେ ମୁଁ ମୁକ୍ତି ପାଇଯିବି। ସେମାନଙ୍କୁ ଭଗବାନ ଦଣ୍ଡ ଦେବେ। “” ସତରେ ରାଜେଶ ବାବୁ ଆପଣ କେତେ ମହାନ। ଏତେ ସବୁ ପରେ ବି ମୁଁ ଏ ପ୍ରକାର ଉତ୍ତର ଆଶା କରି ନଥିଲି।ସେ ଦାୟିତ୍ବ ମୋର ରାଜେଶ ବାବୁ। ଆପଣ ଏବେ ନିଶ୍ଚିନ୍ତରେ ସେ ପୁରକୁ ଯାଆନ୍ତୁ। ମେଡାମ ଙ୍କ ଦାୟିତ୍ୱ ମୋର।”ଗୌତମଙ୍କ କଥାକୁ ସମ୍ମାନ ଜଣାଇ ରାଜେଶ ବାବୁ ସେ ପୁରକୁ ଚାଲିଗଲେ ଓ ଡାୟାରୀ ଟି ଅଦୃଶ୍ୟ ହୋଇଗଲା।କିଛି ଦିନ ପରେ ପଲ୍ଲବି ମେଡାମ ମଧ୍ୟ ଠିକ ହୋଇଗଲେ,ଗୌତମ ବାବୁ ତାଙ୍କୁ ସବୁ କଥା କହିଲେ। ଦୁହେଁ ନିଜ ନିଜ ପ୍ରେମ ପ୍ରତାରଣା ର କୋହକୁ ମନରେ ଲୁଚାଇ ନିଜ ନିଜ କର୍ମରେ ଯୋଗ ଦେଲେ। ଆଜି ପଲ୍ଲବିନୀ ଏକ ସ୍କୁଲ ରେ ପରିଣତ ହୋଇଯାଇଛି। ଗୌତମ ବାବୁ ମଧ୍ୟ ଜଣେ ବଡ ଡ଼ାଇରେକ୍ଟର ହୋଇଯାଇଛନ୍ତି।

      



  

   



  



 

 

    

Leave a Reply

Your email address will not be published. Required fields are marked *