ରାଜ୍ୟ

ଟ୍ରାକ୍ଟର ଓଲଟି ୪ ମୃତ, ୪ ଗୁରୁତର

ଚିତ୍ରକୋଣ୍ଡା,: ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫଳରେ ବଡପଦର ଗ୍ରାମ ଶୋକାକୁଳ ହୋଇପଡିଛି । ପାପରମେଟେଲା ଥାନା ଅଧିକାରୀ ମାନସ ରଞ୍ଜନ ସ୍ବାଇଁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତ ସ୍ଥାନୀୟ ପଡପଦର ଗାଁର ପ୍ରାୟ ୧୫ ଜଣ ଏକ ଟ୍ରାକ୍ଟର ଯୋଗେ ସ୍ବାଭିମାନ ଅଞ୍ଚଳ ଗାଜୁଲୁମାମୁଡି ପଞ୍ଚାୟତ ତଣ୍ଟାଗୁଡ଼ା ଗାଁକୁ ଏକ ଭୋଜି କାର୍ଯ୍ୟକ୍ରମରେ ବନ୍ଧୁ ଘରକୁ ଯାଇଥିଲେ l ଭୋଜି କାର୍ଯ୍ୟକ୍ରମ ସାରି ସାରେ ଫେରିବା ବାଟରେ ବଡ଼ପୁଟ ଘାଟି ପାଖରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ l ସ୍ଥାନୀୟ ଲୋକେ ଖବର ପାଇ ସଙ୍ଗେ ସଙ୍ଗେ ଆହତଙ୍କୁ ଯାନବାଇ ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ୪ଜଣ ଗୁରୁତର ହୋଇଥିବାବେଳେ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ୮ଜଣ ଆହତଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା l ଗୁରୁତରମାନଙ୍କୁ ମଧ୍ୟରୁ ଗୁରୁବାର ସକାଳେ ଜଣେ ଛୋଟ ପିଲାକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ମୃତ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଆବଶ୍ୟକୀୟ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପାପରମେଟେଲା ଥାନାରେ ଏକ ମାମଲା ରୁଜୁ ହେବା ସହ ୪ ମୃତଦେହ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରାଯାଇଛି

Leave a Reply

Your email address will not be published. Required fields are marked *