ରାଜ୍ୟ

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ପାଇଁ ମିଳିଲା ଏନ୍‌ଓସି

ପୁରୀ : ଶ୍ରୀମନ୍ଦିର ପ୍ରଶାସନର ଅଫିସ କୋଠା ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍‌ଏମ୍‌ଏ)ପକ୍ଷରୁ ଅନୁମତି ମିଳିଛି। ଏହାର ତଦାରଖ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଅଧୀକ୍ଷକଙ୍କୁ ପରାମର୍ଶ ଦିଆଯାଇଛି। ଏହି ତିନି ମହଲା କୋଠାର ଉଚ୍ଚତାକୁ ନେଇ ସମସ୍ୟା ରହିଥିଲା, ଯାହା ଏବେ ଦୂର ହୋଇଛି। ଜାତୀୟ ଐତିହ୍ୟ ପ୍ରାଧିକରଣ ତାଙ୍କର ୩୬୧ତମ ବୈଠକରେ ରେଗୁଲେଟେଡ୍‌ ଏରିଆ ପରିସରରେ ଶ୍ରୀମନ୍ଦିର ପ୍ରଶାସନିକ ଅଫିସ କୋଠା ନିର୍ମାଣ ପାଇଁ ସମ୍ମତି ଦେଇଥିଲେ,କିନ୍ତୁ କୋଠାର ଉଚ୍ଚତା ୭.୫ ମିଟରରୁ ଅଧିକ ହେବା ଉପରେ ଆପତ୍ତି ଉଠାଇଥିଲେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଗତ ଏପ୍ରିଲ ୭ରେ ଏନ୍‌ଏଏମ୍‌ଠାରୁ ଅନୁମତି ଲୋଡ଼ିଥିଲେ।

Leave a Reply

Your email address will not be published. Required fields are marked *