ରାଜ୍ୟ

ଅବହେଳିତ ଅବସ୍ଥାରେ କୁରୁମ ର ବୌଦ୍ଧ ମୂର୍ତ୍ତୀ ଓ ବିହାର।


ନିମାପଡ଼ା : ଆଜି ପବିତ୍ର ଚନ୍ଦନ ପୂର୍ଣ୍ଣିମା ବା ବୌଦ୍ଧ ପୂର୍ଣ୍ଣିମା। ସାରା ରାଜ୍ୟ ରେ ଥିବା ବୌଦ୍ଧ ପୀଠ ମାନଙ୍କ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ବୌଦ୍ଧ ପୀଠ କୁରୁମ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଅଷ୍ଟମ ଶତାବ୍ଦୀର ଏହି ଐତିହ୍ୟ କୁ ପତ୍ନତତ୍ତ୍ଵ ବିଭାଗ ଉପେକ୍ଷା କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ବିଭାଗୀୟ ଅବହେଳା ଯୋଗୁଁ ଏହି ପୀଠରେ ପର୍ଯ୍ୟଟକଙ୍କ ପାଦ ପଡୁନଥିବା ବେଳେ ଏହି ପୀଠ ଟି ଲୋକଲୋଚନ ର ଆଢୁଆଳ ରେ ରହି ଧ୍ବଂସାଭିମୁଖୀ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗ କେବଳ ଏକ ଫଳକ ମାରିଦେଇ ତାର କାର୍ଯ୍ୟ ସାରିଦେଇଛି। ପୀଠ ସ୍ଥାନ ର ମାଲିକାନା ଜୈନିକ ବ୍ୟକ୍ତି ଙ୍କ ନାମ ରେ ରହିଥିବାରୁ ଏହି ପୀଠ ର ବିକାଶ, ପ୍ରଚାର,ପ୍ରସାର ହୋଇ ପାରୁନଥିବା କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର।
ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଠାରୁ ମାତ୍ର ୬ କିଲୋମିଟର ଦୂର କୁରୁଜଙ୍ଗ ପଞ୍ଚାୟତ ଅଧୀନ କୁରୁମ ଗ୍ରାମରେ ରହିଛି ଏହି ବୌଦ୍ଧ ପୀଠ। ବୌଦ୍ଧ ପୀଠ ନିକଟରେ ରହିଛି ଧରମୁ ପୋଖରୀ । ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ବୈଶାଖ ପୂର୍ଣ୍ଣିମା ଦିନ ଏହି ପୋଖରୀ ରେ କାହିଁ କେଉଁ କାଳରୁ ବୁଡ଼ ପକାଇ ବୁଦ୍ଧଦେବ ( ସ୍ଥାନୀୟ ଅଞ୍ଚଳ ରେ ଧର୍ମ ଦେବତା) ଙ୍କୁ ଦର୍ଶନ କରି ଆସୁଛନ୍ତି । ୧୯୮୪ ମସିହା ରେ କୋଣାର୍କ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ବାମଦେବ ମହାପାତ୍ର ଏହି ପୀଠ କୁ ଲୋକଲୋଚନ କୁ ଆଣିଥିଲେ। ପ୍ରତ୍ନତାତ୍ତ୍ୱିକ ଖନନ ପରେ ଧରମୁ ପୋଖରୀ ରୁ ପ୍ରାୟ ୬ଫୁଟ ଉଚ୍ଚତା ର ଏକ ବିଶାଳ ବୌଦ୍ଧ ମୂର୍ତ୍ତୀ ସହିତ ଚତୁର୍ଭୁଜ ବୌଦ୍ଧ ମୂର୍ତ୍ତୀ ଓ ଏକ ନାରୀ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଏଥି ସହିତ ପୋଖରୀ ସମ୍ମୁଖ ରୁ ପ୍ରାୟ ୪୦ ଫୁଟ ଓସାର,୬୦ ଫୁଟ ଲମ୍ବ ର ଏକ ବିରାଟକାୟ ବୌଦ୍ଧ ବିହାର ର ଆବିଷ୍କାର କରାଯାଇଥିଲା।

ଏହାପରେ ସରକାର ଏହି ସ୍ଥାନ କୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଥିଲେ। ପୋଖରୀ ରୁ ଉଦ୍ଧାର ବିରଳ ମୂର୍ତ୍ତୀ ସବୁକୁ ଏକ ଗୃହ ନିର୍ମାଣ କରି ତା ଭିତରେ ରଖିଥିଲେ। କିନ୍ତୁ ବୌଦ୍ଧ ବିହାର ବାହାରିଥିବା ସ୍ଥାନ ଟି ଜୈନିକ ବ୍ୟକ୍ତିଙ୍କର ହୋଇଥିବାରୁ ସେଠାରେ ସରକାର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିପାରୁନାହାନ୍ତି। ପ୍ରଥମେ ଉପଯୁକ୍ତ କ୍ଷତିପୂରଣ ଦେଇ ଉକ୍ତ ବ୍ୟକ୍ତି ଙ୍କ ଠାରୁ ଉକ୍ତ ସ୍ଥାନକୁ ସରକାର ଅଧିଗ୍ରହଣ କରିବା ଉଚିତ। ତାପରେ ପୀଠ ର ଉନ୍ନତି କରିବା ଉପରେ ଦୃଷ୍ଟି ଦେବା ଦରକାର। ନା ସରକାର ବୌଦ୍ଧ ବିହାର ସ୍ଥାନ କୁ ଅଧିଗ୍ରହଣ କରୁଛନ୍ତି ନା ଉକ୍ତ ପୀଠ ର ଉନ୍ନତି ହୋଇପାରୁଛି। ସାରା ରାଜ୍ୟ ରେ ଥିବା ବିଭିନ୍ନ ବୌଦ୍ଧ ପୀଠ, ବିହାର ର ଉନ୍ନତି ହେଉଥିବା ବେଳେ ବୌଦ୍ଧ ପୀଠ କୁରୁମ କେବଳ କାଗଜ କଲମରେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇ ରହି ଯାଇଛି। ପ୍ରାୟ ଅଷ୍ଟମ ଶତାବ୍ଦୀର ଏହି ଐତିହ୍ୟ ଆଜି ସରକାର ଙ୍କ ଉଦାସୀନତା କାରଣରୁ ଧ୍ବଂସାଭିମୁଖୀ ହୋଇପଡ଼ିଛି ବୋଲି କୁହନ୍ତି ସ୍ବେଛାସେବୀ କାଳୀ ଶଙ୍କର।
ତୁରନ୍ତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ଦିଗରେ ଦୃଷ୍ଟି ଦେଇ ପୀଠ ରେ ଉନ୍ନତି ମୂଳକ କାର୍ଯ୍ୟ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କଲେ ଏହି ଐତିହ୍ୟ ର ସୁରକ୍ଷା, ପ୍ରଚାର ପ୍ରସାର ହୋଇ ପାରିବ ବୋଲି ସାଧାରଣରେ
ମତ ପ୍ରକାଶ ପାଉଛି।
ରିପୋର୍ଟ ଓ ଫଟୋ – ସନ୍ତୋଷ ଦାଶ।
୯୪୩୯୩୬୧୮୮୮

Leave a Reply

Your email address will not be published. Required fields are marked *