ରାଜ୍ୟ

ବୁଦ୍ଧପୂର୍ଣ୍ଣିମା ରେ ଦହିପଣା ବଣ୍ଟନ

ନିମାପଡା: ଆଜି ପବିତ୍ର ଚନ୍ଦନ ପୂର୍ଣ୍ଣିମା ବା ବୌଦ୍ଧ ପୂର୍ଣ୍ଣିମା । ବୌଦ୍ଧ ପୂର୍ଣ୍ଣିମା ଦିନ ଜଳଦାନ କଲେ ବହୁ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ଵାସ ରହିଛି। ନିମାପଡା ବ୍ଲକ ସାନହୁଲି ଗ୍ରାମ ନିକଟସ୍ଥ ରତ୍ନବଟ ବାରଗାଦି ମେଳଣ ପଡିଆ ଠାରେ ତୁଳସୀପୁର ପଞ୍ଚାୟତ ପକ୍ଷରୁ ସାଇ
ୱେଲ ଫେଆର ଅର୍ଗାନାଇଜେସନ
ର ସହାୟତାରେ ଆଜି ଏକ ଜଳଛତ୍ର ର ଆୟୋଜନ କରାଯାଇଥିଲା। ଅନୁଷ୍ଠାନ ର ଅରକ୍ଷିତ ଭୋଇ, ସମୀର କୁମାର ସାହୁ, ସସ୍ମିତା ମିଶ୍ର,
ମୋନାଲିସା କର, ଶ୍ରଦ୍ଧାଞ୍ଜଳି ମିଶ୍ର,
ସୌମ୍ୟ ଦାସ, ଚୈତନ୍ୟ ସାହୁ, କୃଷ୍ଣ ଦାସ, ପଦ୍ମା ଭୋଇ ପ୍ରମୁଖ ସଭ୍ୟ ଙ୍କ ତତ୍ତ୍ଵାବଧାନରେ ପଥଚାରୀ ଓ ବାରଗାଦି ମେଳଣ ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା । ଅନୁଷ୍ଠାନ ର ଏହି କାର୍ଯ୍ୟ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *