ବାଣିଜ୍ୟ

ଦେଶରେ ସୁନା ଚାହିଦା ହ୍ରାସ

ନୂଆଦିଲ୍ଲୀ : ଦାମ ଅଧିକ ରହିବା କାରଣରୁ ଚଳିତବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଭାରତରେ ସୁନା ଚାହିଦା ହ୍ରାସ ପାଇଛି। ୱାର୍ଲଡ ଗୋଲ୍‌ଡ କାଉନସିଲ ରିପୋର୍ଟ ଅନୁସାରେ ଉକ୍ତ ତ୍ରୟମାସରେ ଭାରତରେ ସୁନା ଚାହିଦା ୧୭ ପ୍ରତିଶତ ହ୍ରାସ ପାଇ ୧୧୨.୫ ନିୟୁତ ଟନ ରହିଛି। ଦାମ ଅଧିକ ସ୍ତରରେ ରହିବା ସହିତ ହ୍ରାସବୃଦ୍ଧି ଲାଗି ରହିବା ମଧ୍ୟ ଏହାର କାରଣ।ନୂଆଦିଲ୍ଲୀ : ଦାମ ଅଧିକ ରହିବା କାରଣରୁ ଚଳିତବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଭାରତରେ ସୁନା ଚାହିଦା ହ୍ରାସ ପାଇଛି। ୱାର୍ଲଡ ଗୋଲ୍‌ଡ କାଉନସିଲ ରିପୋର୍ଟ ଅନୁସାରେ ଉକ୍ତ ତ୍ରୟମାସରେ ଭାରତରେ ସୁନା ଚାହିଦା ୧୭ ପ୍ରତିଶତ ହ୍ରାସ ପାଇ ୧୧୨.୫ ନିୟୁତ ଟନ ରହିଛି। ଦାମ ଅଧିକ ସ୍ତରରେ ରହିବା ସହିତ ହ୍ରାସବୃଦ୍ଧି ଲାଗି ରହିବା ମଧ୍ୟ ଏହାର କାରଣ।

୨୦୨୨ର ପ୍ରଥମ ତ୍ରୟମାସରେ ଦେଶର ସୁନା ଚାହିଦା ୧୩୫.୫ ଟନ ରହିଥିଲା। ୨୦୨୩ ଜାନୁଆରି-ମାର୍ଚ୍ଚ ମଧ୍ୟରେ ଦେଶରେ ସୁନା ଗହଣା ଚାହିଦା ୭୮ ଟନକୁ ହ୍ରାସ ପାଇଛି। ୨୦୨୨ ଜାନୁଆରି-ମାର୍ଚ୍ଚରେ ସୁନା ଗହଣା ଚାହିଦା ୯୪.୨ ଟନ ରହିଥିଲା। ବିଶ୍ବରେ ଆଲୋଚ୍ୟ ତ୍ରୟମାସରେ ସୁନା ଚାହିଦା ୧୩ ପ୍ରତିଶତ ହ୍ରାସ ଘଟି ୧୦୮୦.୮ ଟନ ରହିଛି। ୨୦୨୨ ଜାନୁଆରି-ମାର୍ଚ୍ଚରେ ଏହା ୧୨୩୮.୫ ଟନ ରହିଥିଲା।

Leave a Reply

Your email address will not be published. Required fields are marked *