ଅପରାଧ

ଜମି କିଣାବିକା ଠକେଇ ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର: ଜମି କିଣାବିକା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଭୁବନେଶ୍ୱରରେ ଏନେଇ ଏକ ସଂଗଠିତ ମାମଲା ଚିହ୍ନଟ ହୋଇଛି।
ଜମି ଠକେଇ ଯଥା ଜାଲିଆତି ଏବଂ ଛଦ୍ମନାମରେ ଜମି ବିକ୍ରୟ ଅଭିଯୋଗରେ ଇଓଡବ୍ଲୁ ତିନିଜଣଙ୍କୁ ଗିରଫ କରିଛି। ତିନି ଗିରଫ ଅଭିଯୁକ୍ତ ହେଲେ ହଳଧର ଦାଶ, ସୁବଧ କୁମାର ପରିଡ଼ା ଏବଂ ମମତା ପରିଡ଼ା। ଆଜି ସେମାନଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଛି। କେନ୍ଦ୍ରାପଡ଼ାର ଲିପିକା ଦାସଙ୍କ ଲିଖିତ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ଜାଲିଆତି କରି ଜମି କିଣିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ହଳଧର ଦାଶ ବିଏମସିର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ଜାଲିଆତି କରି ଜମି କିଣିଥିବା ବେଳେ ଅଭିଯୁକ୍ତ ମମତା ପରିଡ଼ା ନିଜକୁ ପ୍ରକୃତ ମାଲିକ ବୋଲି ଦର୍ଶାଇ ଜମି ବିକ୍ରି କରିଥିଲେ। ଏହି ଜାଲ କିଣାବିକାରେ ଅଭିଯୁକ୍ତ ସୁବଧ କୁମାର ପରିଡ଼ା ଚିହ୍ନଟକାରୀ ତଥା ସାକ୍ଷୀ ଥିଲେ।

ସୂଚନା ଅନୁଯାୟୀ, ହଳଧର ଦାଶ ବିଏମସିର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ଜାଲିଆତି କରି ଜମି କିଣିଥିବା ବେଳେ ଅଭିଯୁକ୍ତ ମମତା ପରିଡ଼ା ନିଜକୁ ପ୍ରକୃତ ମାଲିକ ବୋଲି ଦର୍ଶାଇ ଜମି ବିକ୍ରି କରିଥିଲେ। ଏହି ଜାଲ କିଣାବିକାରେ ଅଭିଯୁକ୍ତ ସୁବଧ କୁମାର ପରିଡ଼ା ଚିହ୍ନଟକାରୀ ତଥା ସାକ୍ଷୀ ଥିଲେ।

One thought on “ଜମି କିଣାବିକା ଠକେଇ ଅଭିଯୋଗରେ ୩ ଗିରଫ

  • Sushanta Kumar Das

    Good news.

    Reply

Leave a Reply

Your email address will not be published. Required fields are marked *