ରାଜନୀତି

ଡେଲିଭରି ବଏଙ୍କ ସ୍କୁଟରରେ ବସିଲେ ରାହୁଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ପାଇଁ ସମସ୍ତ ଦଳର ବରିଷ୍ଠ ନେତାଗଣ ଜୋରଦାର ପ୍ରଚାର ଚଳାଇଛନ୍ତି। ଏହି  କ୍ରମରେ ରାହୁଲ ଗାନ୍ଧି ବି ପଛରେ ନାହାନ୍ତି। ସେ ଏକ ଭିନ୍ନ ଶୈଳୀରେ ପ୍ରଚାର କରୁଛନ୍ତି। ତାଙ୍କ ପ୍ରଚାର ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, କଂଗ୍ରେସ ନେତା ରାହୁଲ ଗାନ୍ଧି ବେଙ୍ଗାଲୁରୁରେ ଜଣେ ଡେଲିଭରି ବଏଙ୍କ ସହିତ ଏକ ସ୍କୁଟରରେ ବସିଛନ୍ତି। ‌ତେବେ ଏଦୃଶ୍ୟ ଦେଖି ଆପଣ ଭାବୁ ଥାଇ ପାରନ୍ତି ରାହୁଲ ଗାନ୍ଧି ଏପରି କ’ଣ ପାଇଁ କରିଛନ୍ତି।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାହୁଲ ଜଣେ ଡେଲିଭରି ବଏଙ୍କ ସହିତ ସ୍କୁଟରରେ ବସି  ନିର୍ବାଚନ ପ୍ରଚାର କରିଥିଲେ। ଏଥିପାଇଁ ସେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।  ଏହି ସମୟରେ ରାହୁଲ ଗାନ୍ଧି ସଡ଼କ ନିୟମକୁ  ମାନି ହେଲମେଟ ପିନ୍ଧିଥିବା ବି ଭିଡିଓରେ ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ ଶନିବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁରେ ୩ଘଣ୍ଟିଆ ବିଶାଳ ରୋଡ୍‌ ସୋ’ ପରେ ରବିବାର ଗୋଟାଏ ଭିନ୍ନ ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପେକ୍ଷାକୃତ ଛୋଟ ରୋଡ୍‌ ସୋ’ରେ ବାହାରିଛନ୍ତି।

‘ବିଜେପି’ କହିଥିଲା ଯେ, ୮ଘଣ୍ଟିଆ ବିଶାଳ ରୋଡ୍‌ ସୋ’ ହେବ ବ‌ୋଲି ପୂର୍ବରୁ ଯୋଜନା କରାଯାଇଥିଲା। କିନ୍ତୁ, ‘ନିଟ୍’ ଏବଂ ଜନସାଧାରଣଙ୍କ ଅସୁବିଧା ପ୍ରତି ଧ୍ୟାନ ଦେଇ ଏହି ରୋଡ୍‌ସୋକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଶନିବାର ଦିନ ୨୬ କିଲୋମିଟର୍‌ ରୋଡ୍‌ ସୋ’ କରାଯାଇଥିବା ବେଳେ ଆଜି ୧୦ କିଲୋମିଟର୍‌ ରୋଡ୍‌ ସୋ’ ଆୟୋଜନ କରାଯାଇଛି।

One thought on “ଡେଲିଭରି ବଏଙ୍କ ସ୍କୁଟରରେ ବସିଲେ ରାହୁଲ

Leave a Reply

Your email address will not be published. Required fields are marked *