ରାଜ୍ୟ

୭ ଟି ରାସ୍ତା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେବ


ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ସାତଟି ଗ୍ରାମାଞ୍ଚଳ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି ।ଏହି ରାସ୍ତା ଗୁଡ଼ିକୁ ଓସାରିଆ ସିମେଣ୍ଟ କଂକ୍ରିଟ ଓ ପିଚୁ ରାସ୍ତାରେ ପରିବର୍ତ୍ତିତ କରାଯିବ ।ରାସ୍ତାର ବିଭିନ୍ନ ସ୍ଥାନରେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ କଲଭର୍ଟ ନିର୍ମାଣ କରାଯିବ ।ପାଟପୁର – ବାମନାଳ ରାସ୍ତାର ସଲଙ୍ଗ ଠାରୁ ଓଢୁଆଳ ଭାୟା ପାଇକସାହି ସାନପାତି ଓ ବଡ଼ପାତୀ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାକୁ ପକ୍କା ଓସାରିଆ ରାସ୍ତାରେ ପରିଣତ କରାଯିବ।ସେହିଭଳି ଶାଇଲୋ – ନିଆଳି ରାସ୍ତା ର ମାଣିଆଢିହ ହାଇସ୍କୁଲ ରାସ୍ତା ଭାୟା ତଣାଜା ୬ କିଲୋମିଟର ,ପାଟପୁର ପୂର୍ତ୍ତ ବିଭାଗ ରାସ୍ତା ର ପିପଳିଆ ଛକ ରୁ ବାମନାଳ – ବକୁ ରାସ୍ତା ୭ କିମି, ବିଷ୍ଣୁପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ସୋମନାଥ ମନ୍ଦିର ଭାୟା କରଞ୍ଜି ସାହି ୨ କିଲୋମିଟର ରାସ୍ତା , ନମ୍ବିଲ ଗ୍ରାମ ଠାରୁ ଖଣ୍ଡାହାତ ରାସ୍ତା ୫ କିଲୋମିଟର ,ଚନ୍ଦନପୁର ଶାଖା କେନାଲ ଠାରୁ ପାର୍ବତୀପୁର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଓ ପାଟପୁର ବଳଙ୍ଗା ରାସ୍ତା ୫ କିଲୋମିଟର ରାସ୍ତା କୁ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ
ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ଘୋଷଣା ହେବାପରେ ଏହି ଅଞ୍ଚଳ ର ଅଧିବାସୀ ଖୁସି ବ୍ୟକ୍ତ କରିଛନ୍ତି। ଖୁବ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *