ମହାନଗର

ବିଶ୍ୱ ଗଣମାଧ୍ୟମ ସ୍ୱତନ୍ତ୍ରତା ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଗଣ ମାଧ୍ୟମ ଦିବସ ଭୁବନେଶ୍ୱର ୟୁନିଟ -3 ସ୍ଥିତ ଉକ୍ତଳ ସାମ୍ବାଦିକ ଭାବନା ରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସାଧାରଣ ଲୋକଙ୍କୁ ଗଣମାଧ୍ୟମ ଭୂମିକା ବିଷୟରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସାହିତ୍ୟିକ ନୀଳାଦ୍ରି ଭୂଷଣ ମହାପାତ୍ର, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ସମାଜ ସେବି ବିଶ୍ୱ ରଞ୍ଜନ ମହାନ୍ତି, ଗାଳ୍ପିକ ଅଜୟ ସ୍ୱାଇଁ, ସଂଳାପକର ରଜନୀ ରଞ୍ଜନ,ଶିଳ୍ପୀ ସରୋଜ ବଳ ଯୋଗ ଦେଇଥିଲେ l ଏଠାରେ ଉପସ୍ଥିତ ସାମ୍ବାଦିକ, ସାହିତ୍ୟିକ ଓ କଳାକାରଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା l କବି କେଦାର ମିଶ୍ର, ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଅକ୍ଷୟ ସ୍ୱାଇଁ, ଏମ ବି ସି ଟିଭି ର କଳ୍ପନା କରଣ, ସାମ୍ବାଦିକ ପ୍ରତାପ ପ୍ରଧାନ, ରୋଜାଲିନ ମହାନ୍ତି, ସସ୍ମିତା ମଲ୍ଲ, ଅରବିନ୍ଦ ତ୍ରିପାଠୀ, ପ୍ରବୋଧ ନାୟକ, ବାଳକୃଷ୍ଣ ରାଉତ, ସୁବୋଧ ସାମଲ, ସନ୍ତୋଷ ସେନାପତି, ବସନ୍ତ ପରିଡା, ମନିସା ରାୟ, ଯଯାତି ଦାସ, ସାମ୍ବାଦିକ କୃଷ୍ଣ ଚନ୍ଦ୍ର ବାରିକ, ନୃତ୍ୟଶିଳ୍ପୀ ନିତୁ ପ୍ରିୟଦର୍ଶିନୀ, ମାନି ପଣ୍ଡା ଓ ଶୁଚିସ୍ମିତା ନନ୍ଦ ପ୍ରମୁଖଙ୍କୁ ସନମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ ଗୀତିକାର ସତ୍ୟ ପାଣିଗ୍ରାହୀ l ବିଶ୍ୱ ସାମ୍ବାଦିକ ସ୍ୱତନ୍ତ୍ରତା ଦିବସ କାଯ୍ୟକ୍ରମ କୁ ଆୟୋଜନ କରିଥିଲେ ଡେମିନ ଆଣ୍ଡ ବ୍ଲୁଜ ଡ୍ୟାନ୍ସ ଗ୍ରୁପ ର ନିର୍ଦେଶକ ପ୍ରିୟାଂଶୁ ପ୍ରିୟଦେବ l

Leave a Reply

Your email address will not be published. Required fields are marked *