ରାଜନୀତି

ବିଜେପିର ବିଜୟ ଶୋଭାଯାତ୍ରା


ନିମାପଡା : ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀ ଗୋପ ବ୍ଳକ ର ୧୧ନଂ ଜିଲାପରିଷଦ ଭାବେ ବିଜେପି ପାର୍ଥି ପ୍ରମୋଦ ରାୟ ଙ୍କ ନାମ ସରକାରୀ ଭାବେ ଘୋଷଣା ହେବା ପରେ ଦଳ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନିମାପଡା ର ନାରୀ ନେତ୍ରୀ ତଥା ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଜୟ ଶୋଭାଯାତ୍ରା ନିମାପଡା ନୂତନ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଗୋପ ବଜାର ଦେଇ ୧୧ ନଂ ଜୋନ ର ସବୁ ପଞ୍ଚାୟତ ପରିକ୍ରମା କରି ଗୋପ ବ୍ଲକ ର ମଦରଙ୍ଗ ଠାରେ ଶେଷ ହୋଇଥିଲା ।ଏହି ବିଜୟ ଶୋଭାଯାତ୍ରା ରେ ନିମାପଡା ନିର୍ବାଚନ ମଣ୍ଡଳୀ ବିଜେପି ର ଯୁବ ନେତା ଦିଲିପ ନାୟକ , ସାଇଁସ ପଞ୍ଚାୟତ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ,ପୂର୍ଣଚନ୍ଦ୍ର ଓଝା, ରାଜକିଶୋର ନାୟକ ,କୃଷ୍ଣଚନ୍ଦ୍ର ସ୍ଵାଇଁ , ଶିବ ପ୍ରସାଦ ସ୍ଵାଇଁ , ନିରଞ୍ଜନ ମହାପାତ୍ର , ଯତୀନ୍ଦ୍ର ସ୍ଵାଇଁ, ସୌଦାମିନୀ ସେନାପତି,ତପସ୍ୱୀନି ବେହେରା ,ଅକ୍ଷୟ ପଢ଼ିଆରୀ, ଅଭିମନ୍ୟୁ ନାୟକ ,ଅଜୟ ପରିଡା , ଭକ୍ତ ବିଶ୍ୱାଳ ,ବିଜୟ ପଣ୍ଡା ପ୍ରମୁଖ ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ ।ଶୋଭାଯାତ୍ରାରେ ଶୃଙ୍ଖଳା ରକ୍ଷା କରିବା ପାଇଁ ନିମାପଡା ଓ ଗୋପ ପୋଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *