ଦେଶ- ବିଦେଶ

ମମତାଙ୍କୁ ଟାର୍ଗେଟ କରି ମାନହାନିର ଧମକ ଦେଲେ ବିବେକ ଅଗ୍ନିହୋତ୍ରୀ

କୋଲକତା : ଫିଲ୍ମ କେରଲା ଷ୍ଟୋରିକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ରିଲିଜ୍‌ ପରେ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ କରାଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶ ସରକାର ଏହାକୁ ଟିକସ ମୁକ୍ତ କରିଥିଲେ। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ଦି କେରଲା ଷ୍ଟୋରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟର ବିଭିନ୍ନ ହଲରେ ଫିଲ୍ମର ସ୍କ୍ରିନିଂ ବନ୍ଦ କରିବାକୁ ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାକୁ ନେଇ କଶ୍ମିର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମମତାଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଦିଦି ବୋଧେ ମୋ ବିଷୟରେ କହୁଛନ୍ତି। ଖିଲାଫତ ଦ୍ୱାରା ଆକ୍ରୋଶର ଶିକାର ହୋଇଥିବା ପୀଡିତଙ୍କୁ ସାକ୍ଷାତ କରିବାକୁ ମୁଁ ପଶ୍ଚିମବଙ୍ଗ ଆସିଥିଲି। ଆପଣ ଏତେ ଡରି ଯାଇଛନ୍ତି କାହିଁକି। ଦି କଶ୍ମିର ଫାଇଲ୍ସ ନରସଂହାର ଓ ଆତଙ୍କବାଦ ବିଷୟରେ ଥିଲା। ଆପଣଙ୍କୁ କଣ ଲାଗୁଛି କଶ୍ମିର ଫାଇଲ୍ସ କଶ୍ମିର ଲୋକଙ୍କୁ ବଦନାମ କରିବାକୁ କରାଯାଇଥିଲା। ଆପଣ କିପରି କହିପାରୁଛନ୍ତି କି, ଏହି ଫିଲ୍ମ ରାଜନୈତିକ ଏଜେଣ୍ଡା ଦ୍ୱାରା ପର୍ଯ୍ୟବେସିତ। ମୁଁ ଆପଣଙ୍କ ବିରୋଧରେ ମାନହାନି ମକଦମା ଅଭିଯୋଗ କରିବା ଉଚିତ୍‌ ହେବ କି।

Leave a Reply

Your email address will not be published. Required fields are marked *