ଦେଶ- ବିଦେଶ

ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରିବା ନେଇ ବିବାଦ

ଚେନ୍ନାଇ : ଚେନ୍ନାଇରେ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟା୍ରନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରାଯାଇଛି। ଏଥିସହ ପରୀକ୍ଷକ ଛାତ୍ରୀମାନଙ୍କ ହେଡ କ୍ଲିପ୍‌ ଖୋଲି ବ୍ରା ପିନ୍ଧିଥିବା ଚେକ୍‌ କରିବା ନେଇ ବିବାଦ ଦେଖାଦେଇଛି। ଚେନ୍ନାଇର ଜଣେ ସମ୍ବାଦିକା ଏ ନେଇ ଟୁଇଟ୍‌ କରି କହିଛନ୍ତି ଯେ, ପରୀକ୍ଷା ହଲ୍‌ରେ ଜଣେ ଛାତ୍ରୀଙ୍କୁ କୋଣରେ ବସିଥିବାର ଦେଖିଲି। ସେ ତାଙ୍କର ଏକ ବହିଟିକୁ ନିଜ ଛାତିରେ ଚାପି ଧରିଥିଲେ। ଛାତ୍ରୀଙ୍କୁ ପାଖକୁ ଡାକି ସବୁ ଠିକ୍‌ ଅଛି କି ନାହିଁ ପଚାରିଲି। ପରୀକ୍ଷା ହଲକୁ ଆସିବା ସମୟରେ ତାଙ୍କୁ ବ୍ରା ଖୋଲିବାକୁ କୁହାଯାଇଥିଲା ବୋଲି ସେ କହିଲେ।
ଏହି ଘଟଣାକୁ ସେ ରବିବାର ଟୁଇଟ୍‌ କରିବା ପରେ ଲୋକେ ଓଲଟି ସାମ୍ବାଦିକାଙ୍କୁ ଟ୍ରୋଲ କରିଥିଲେ। ଟ୍ରୋଲ୍‌ ହେବାରୁ ସେ ଟୁଇଟ୍‌କୁ ଡିଲିଟ କରିଦେଇଥିଲେ। ପରେ ସେକହିଥିଲେ ଯେ, ପରୀକ୍ଷା ସେଣ୍ଟରରେ ଅଧିକାଂଶ ଛାତ୍ରୀ ବ୍ରା ପିନ୍ଧି ନଥିବା ଜାଣିବାକୁ ପାଇଥିଲି। ଯେଉଁମାନେ ମୋତେ ଟ୍ରୋଲ କରୁଛନ୍ତି ସେମାନେ ପରୀକ୍ଷା ଆୟୋଜକଙ୍କୁ ଥରେ ପ୍ରଶ୍ନ କରନ୍ତୁ।

ସୂଚନାଯୋଗ୍ୟ, ରବିବାର ତାମିଲନାଡୁରେ ୧.୫ ଲକ୍ଷ ପିଲା ନିଟ୍‌ ପରୀକ୍ଷା ଦେଇଥିଲେ। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବୀଲ ମହେଶ ପ୍ୟୋମୋଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଘଟଣାକୁ ନିନ୍ଦା କରିଛନ୍ତି

Leave a Reply

Your email address will not be published. Required fields are marked *