ରାଜନୀତି

ଭାଜପା ସରକାର ଗଢିବ: ଅମିତ ଶାହା


ନୂଆଦିଲ୍ଲୀ, : କର୍ନାଟକରେ ଭାଜପା ସରକାର ଗଢିବାକୁ ଯାଉଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ମୁଁ କର୍ନାଟକର ସମସ୍ତ ଅଞ୍ଚଳ ପରିଦର୍ଶନ କରିଛି। ସବୁ ଅଞ୍ଚଳରେ ଭାଜପା ପ୍ରତି ଉତ୍ସାହ ଏବଂ ସମର୍ଥନ ଗତ ନିର୍ବାଚନ ତୁଳନାରେ ବହୁତ ଅଧିକ ରହିଛି। ତେଣୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଭାଜପା ସେଠାରେ ସରକାର ଗଠନ କରିବ।

କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, ଆମ ଦଳ ୪% ମୁସଲମାନ ସଂରକ୍ଷଣ ସମାପ୍ତ କରିଛି। କାରଣ ଏହା ଅସାମ୍ବିଧାନିକ ଥିଲା । ଆମ ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ। କଂଗ୍ରେସ ତୃଷ୍ଟିକରଣ ନୀତି ଅନୁଯାୟୀ ମୁସଲିମ ସଂରକ୍ଷଣ କରିଥିଲା। ଯାହାକୁ ଆମେ ହଟାଇଛୁ। ମୁଁ କେବଳ କହିବାକୁ ଚାହୁଁଛି ଯେ ଯଦି ଆପଣ ମୁସଲମାନ ସଂରକ୍ଷଣକୁ ୪% ରୁ ୬% କୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ କଂଗ୍ରେସ ଦଳ ସ୍ପଷ୍ଟ କରିବା ଉଚି୍‌ତ ଯେ ସେମାନେ କାହାକୁ ହ୍ରାସ କରିବେ। ଓବିସି, ଏସସି, ଏସଟି, ଲିଙ୍ଗାୟତ କିମ୍ବା ବୋକଲିଙ୍ଗା, ସେମାନେ କାହାକୁ ହ୍ରାସ କରିବେ?

Leave a Reply

Your email address will not be published. Required fields are marked *