ଦେଶ- ବିଦେଶ

ଶରଦ ପାୱାରଙ୍କୁ ଭେଟିବେ ନୀତୀଶ

ମୁମ୍ବାଇ: : ୨୦୨୪ ଲୋକ ସଭା ପୂର୍ବରୁ ବିରୋଧୀ ଦଳ ମଜବୁତ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ବିଭିନ୍ନ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଏହି ସମୟରେ ନୀତୀଶ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାର ୧୧ ମେ’ରେ ଭେଟିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ନୀତୀଶ କୁମାର ୧୧ ମେ’ରେ ମୁମ୍ବାଇ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନିକଟରେ ନୀତୀଶ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *