ଖେଳ

ଅନ୍ତର୍ଜାତୀୟ ଚେସ୍ ମହାସଙ୍ଘ ପକ୍ଷରୁ ଅପରାଜିତାଙ୍କୁ ଫେୟାର ପ୍ଲେ ନର୍ମସ୍

ଭୁବନେଶ୍ୱର : ସର୍ବଭାରତୀୟ ଚେସ୍ ସଙ୍ଘ ଫେୟାର ପ୍ଲେ କମିଟି ସଦସ୍ୟ ଭାବେ ଓଡ଼ିଶା ଝିଅ, ଅନ୍ତର୍ଜାତୀୟ ଚେସ୍ ଖେଳାଳି ତଥା ଅନ୍ତର୍ଜାତୀୟ ଆର୍ବିଟର ଅପରାଜିତା ଗୋଛିକର ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ଚେସ୍ ଫେଡେରେସନ୍ ପକ୍ଷରୁ ଗଠିତ ଏହି କମିଟିରେ ଅପରାଜିତାଙ୍କ ସମେତ ଚାରି ଜଣ ସଦସ୍ୟ ରହିଛନ୍ତି। 2023 ମସିହା ଏପ୍ରିଲ 3ରୁ 7 ତାରିଖ ପର୍ୟ୍ୟନ୍ତ ମେକ୍ସିକୋ ସିଟିରେ ଅନୁଷ୍ଠିତ ପ୍ରଥମ ଫିଡେ ପରିଷଦ ବୈଠକରେ 44ତମ ଫିଡେ ଚେସ୍ ଅଲିମ୍ପିଆଡରେ ଅପରାଜିତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଚେସ୍ ମହାସଙ୍ଘ (ଫେଡେ) ପକ୍ଷରୁ ତାଙ୍କୁ ଦୁଇଟି ଫେୟାର ପ୍ଲେ ଏକ୍ସପର୍ଟ ନର୍ମ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆୟାଇଥିଲା। ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ କାରଣ ପ୍ରଥମ ଭାରତୀୟ ମହିଳା ଭାବେ ସେ ଏହି ପାଦ ଥାପିଛନ୍ତି। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ)ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏବଂ ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

One thought on “ଅନ୍ତର୍ଜାତୀୟ ଚେସ୍ ମହାସଙ୍ଘ ପକ୍ଷରୁ ଅପରାଜିତାଙ୍କୁ ଫେୟାର ପ୍ଲେ ନର୍ମସ୍

  • Sushanta Kumar Das

    Proud moment for Odisha.
    Cheers to Ms Aparajeeta

    Reply

Leave a Reply

Your email address will not be published. Required fields are marked *