ବିଲୁପ୍ତ ପ୍ରାୟ
ବିଲୁପ୍ତ ପ୍ରାୟ–
ଲୁଣ କାଠୁଆ
ମାଟି ମାଠିଆ
ନଈ ଘାଟିଆ
ରଶି ଖଟିଆ
ବିଲୁପ୍ତ ପ୍ରାୟ।
ମାଆ ପଣତ
କଙ୍କଣ ହାତ
କେନ୍ଦରା ଗୀତ
ନାଉରୀ କାତ
ବିଲୁପ୍ତ ପ୍ରାୟ
ଚିଲ ଶାଗୁଣା
କାନ୍ଥରେ ଠଣା
ଖୋଲୁଅ ଘଣା
କାନ୍ଥ ଆଲଣା
ବିଲୁପ୍ତ ପ୍ରାୟ।।
କୂଅରୁ ପାଣି
ବୋହୂ ଓଢଣି
ପର୍ବ ପର୍ବାଣୀ
ଗାଈ ତୋରାଣି
ବିଲୁପ୍ତ ପ୍ରାୟ।।
ବିବାହ ଝୋଟି
ପିଲାଙ୍କ ଖଟି
ପଲମ ରୁଟି
ରିବନ୍ ଚୁଟି
ବିଲୁପ୍ତ ପ୍ରାୟ।।
ବତି, ଲଣ୍ଠନ
ବଟୁଆ ପାନ
ପୋଇ ମଥାନ
ଅମାର ଧାନ
ବିଲୁପ୍ତ ପ୍ରାୟ।।
ସିକାରେ ଦହି
ଲଙ୍ଗଳ ମହି
ପୁରାଣ ବହି
ଉଖୁଡା ଖଇ
ବିଲୁପ୍ତ ପ୍ରାୟ ।
……………………..