ଅପରାଧ

ବସ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ଗଇଁତଲା ତହସିଲ ଅଫିସ ସମ୍ମୁଖରେ ଏକ ବସ ଧକ୍କାରେ ମୋଟର ସାଇକେଲରେ ବସିଥିବା ଜଣେ ଝିଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୋଟର ସାଇକେଲ୍‌ରେ ବସିଥିବା ମୃତ ଝିଅର ବାପା ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ମୃତ ଝିଅର ଜଣକ ହେଲେ ରେଖା ପାଣ୍ଡେ (୧୪)। ପୁଇଁତଲା ଥାନା
ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁର ବୀଣା ପାଣ୍ଡେ ତାଙ୍କର ଦୁଇ ଝିଅ ଶିଖା ଓ ରେଖାଙ୍କୁ ଧରି ପୁଇଁତଲା ତହସିଲ ଅଫିସକୁ ଝିଅଙ୍କ ଆଧାର କାର୍ଡ ସୁଧାରିବାକୁ ଯାଉଥିଲେ । ସେଠାରୁ ମୋଟର ସାଇକେଲରେ ଫେରୁଥିବା ବେଳେ ସୋନପୁର ପଟରୁ ବଲାଙ୍ଗୀର ଆସୁଥିବା ଗଣପତି ବସ୍‌ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରେଖାଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଗୁରୁତର ବାପା ବୀଣା ଓ ଝିଅ ଶିଖାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗଣପତି ବସ୍‌ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ରୁଟ୍‌ ଅନୁମତି ରଦ୍ଦ କରିବା ଏବଂ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୁଇଁତଲା ବ୍ଳକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଓ ପୁଇଁତଲା ଥାନା ପୋଲିସ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।

Leave a Reply

Your email address will not be published. Required fields are marked *