ରାଜ୍ୟ

ଖାଦ୍ୟ ଓ ସୁରକ୍ଷା ବିଭାଗ ତରଫରୁ ବିଭିନ୍ନ ଦୋକାନ ତନଖି

ବାଲୁଗାଁ : ଖାଦ୍ୟ ଓ ସୁରକ୍ଷା ବିଭାଗ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ବିଭିନ୍ନ ଫଳ ଦୋକାନ ଓ ତେଜରାତି ଦୋକାନକୁ ତନଖି କରାଯାଇଥିଲା । ତନଖି ସମୟରେ ପ୍ରାୟ ଦୋକାନୀ ଖାଦ୍ୟ ସୁରକ୍ଷା ଆଇନର ପ୍ରମାଣପତ୍ର ହାସଲ କରି ନଥିବା ପରିଲକ୍ଷିତ ହୋଇଥିଲା । ବଜାରର ଫଳ ଦୋକାନି ଗୁଡିକ ଫଳ ପଚାଇବା ପାଇଁ କାରବାଇଟ ଓ ଥିନାଇଲ ବ୍ୟବହାର ଉପରେ ତନଖି କରାଯାଇଥିଲା । ପ୍ରାୟ ଦୋକାନୀ ଥିନାଇଲ ବ୍ୟବହାର କରୁଥିବା ଅଧିକାରୀ କହିଛନ୍ତି । କାରବାଇଟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବାରୁ ଥିନାଇଲ ସଠିକ ପରିମାଣର ବ୍ୟବହାର କରିବାକୁ ସଚେତନ କରାଯାଇଥିଲା । ତତ ସହିତ ଖାଦ୍ୟ ସୁରକ୍ଷା ଆଇନର ପ୍ରମାଣପତ୍ର ହାସଲ କରିନଥିବା ତେଜରାତି ଦୋକାନୀଗୁଡିକୁ ବିଭାଗ ତରଫରୁ ନୋଟିସ ଜାରି ହେବା ସହ ପ୍ରତ୍ୟେକ ଦୋକାନୀଙ୍କୁ ପ୍ରମାଣପତ୍ର ହାସଲ ପାଇଁ ସଚେତନ କରାଯାଇଥିଲା ।ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଏହି ଟିମ ବଜାରରେ ସଚେତନ କରିଥିବା ଜଣାଯାଇଛି । ଦୋକାନୀମାନେ ଏହାର ଖିଲାପ କଲେ ଆଗକୁ ବିଭାଗ ତରଫରୁ ଜୋରଦାର ଚଢ଼ାଉ କରାଯିବ ବୋଲି ଶ୍ରୀ ବଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *