ରାଜ୍ୟ

ଭଗବାନଙ୍କୁ ଅପମାନିତ କରୁଛି ବଜରଙ୍ଗ ଦଳ: କଂଗ୍ରେସ

ଭୋପାଳ, : ମଧ୍ୟପ୍ରଦେଶ ଝାବୁଆର କଂଗ୍ରେସ ବିଧାୟକ ତଥା ପୂର୍ବତନ ଏମପି ଓ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ ଭୁରିଆ ମଙ୍ଗଳବାର ହେଡଲାଇନରେ ସ୍ଥାନ ପାଇଛନ୍ତି। ଭୁରିଆ ବଜରଙ୍ଗ ଦଳକୁ ଟାର୍ଗେଟ କରିଛନ୍ତି। ବଜରଙ୍ଗ ଦଳ ପୂର୍ବରୁ କଂଗ୍ରେସର ଟାର୍ଗେଟରେ ଅଛି। ଅନେକ କଂଗ୍ରେସ ନେତା ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ କହିଛନ୍ତି କିମ୍ବା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହିମର୍ମରେ କାନ୍ତିଲାଲ ବଜରଙ୍ଗ ଦଳକୁ ଟାର୍ଗେଟ କରି କହିଛନ୍ତି, ଏହି ଦଳ ଭଗବାନଙ୍କୁ ବଦନାମ କରୁଛି। ଭଗବାନଙ୍କ ନାମରେ ଏକ ସଂଗଠନ କରି ଦଳ ରାମଙ୍କ ନାମ ଜପ କରିବା ସହିତ ଅନ୍ୟ ଲୋକଙ୍କ ଧନ ଚୋରି କରୁଛି। ଦଳ ନିଜ ପକେଟ ଭରିବା ପାଇଁ କାମ କରୁଛି। ଯେଉଁମାନେ ନକଲି ସେମାନେ ହନୁମାନ ଜୀ ନାମରେ ପେଟ ଭରିବା ପାଇଁ କାମ କରନ୍ତି ସେମାନେ ଦେଶଦ୍ରୋହୀ। ଏଭଳି ନକଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। କଂଗ୍ରେସ ସରକାର ରାଜ୍ୟରେ କ୍ଷମତାକୁ ଆସିଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଯଦି କୌଣସି ସଂସ୍ଥା ସ୍ବଚ୍ଛ ମନ ସହିତ କାମ କରନ୍ତି ତେବେ ଭଲ, କିନ୍ତୁ ବଜରଙ୍ଗ ଦଳର ସଦସ୍ୟମାନେ ଭଗବାନଙ୍କୁ ବଦନାମ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *