ରାଜ୍ୟ

ପୋଖରୀରେ ବୁଡି ଶ୍ରମିକ ମୃତ


ନିମାପଡ଼ା : ଗୁରୁବାର ଦିନ ଦୁଇଟା ସମୟରେ ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ର ଆଳୁଦଣ୍ଡା ପାଟଣା ଠାରେ ଥିବା ଏକ ପୋଖରୀ ରେ ବୁଡି ବିହାର ଅଞ୍ଚଳ ର ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ବିହାର ରାଜ୍ୟ ସିପଲ ଜିଲ୍ଲା ଛତାପୁର ଥାନା ଭବାନୀପୁର ଗ୍ରାମର ବିରଞ୍ଚି ଉରାମ ଙ୍କ ପୁଅ ମୁକେଶ (୩୫) ସବୁଦିନ ପରି କାର୍ଯ୍ୟ ସାରି ନିକଟରେ ଥିବା ପୋଖରୀ ରେ ସ୍ନାନ କରୁଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀ ମଝିକୁ ପଳାଇଥିଲେ।ପହଁରା ଜାଣି ନଥିବାରୁ ପୋଖରୀରେ ବୁଡି ଯାଇଥିଲେ ।ଖବର ପାଇ ନିମାପଡ଼ା ଅଗ୍ନିଶମ ବିଭାଗ ଅଧିକାରୀ ବ୍ରହ୍ମାନନ୍ଦ ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ଯୁବକକୁ ଉଦ୍ଧାର କରି ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ଚାରିଛକ ଥାନା ଅଧିକାରୀ ମମତା ବିଶ୍ବାଳ ଶବ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରରେ ରଖି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଥାନାରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *