ଅପରାଧ

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ : କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ ଗୁଳିକରି ହତ୍ୟା କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ହେଲେ ସାଉଲିପଡା ଗାଁର ସୁବଳ କହଁର।
ସବୁଦିନ ପରି ସୁବଳ ପରିବାର ସହ ଘରେ ଥିଲେ ା ରାତିରେ ୨୦ଜଣ ମାଓବାଦୀ ଆସି ଘର ପାଖରେ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରୁ ୫ରୁ ୭ ଜଣ ସୁବଳଙ୍କୁ ଘରୁ ବାହାରକୁ ଡାକିଥିଲେ। ମାଓବାଦୀଙ୍କୁ ଦେଖି ଭୟରେ ସୁବଳ ଘର ପଛପଟୁ ଦଉଡି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ମାଓବାଦୀମାନେ ତାଙ୍କୁ ପଛ ପଟୁ ଗୁଳି କରିଥିଲେ। ସେ ଘର ପାଖ ବିଲରେ ପଡି ଯିବାରୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କମରିଥିଲେ। ଘଟଣାସ୍ଥଳରେ ହିଁ ସୁବଳଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ମାଓବାଦୀ କିଛି ପୋଷ୍ଟର, ଲିଫଲେଟ ଛାଡି ଯାଇଛନ୍ତି ା ଗୁରୁବାର ଅପରାହ୍ନରେ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରୁ ସୁବଳଙ୍କ ମୃତଦେହକୁ ଏକ ଅଟୋରେ ସାଡିଙ୍ଗିଆ ଅଣିଥିଲା। ସେଠାରୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଛି ା
୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ସୁମରବନ୍ଧକୁ ନୂତନ ପଞ୍ଚାୟତ ଘୋଷଣା କରାଯାଇଥିଲା ା ସାମାଜିକ କର୍ମୀ ସୁବଳ କହଁର ନିର୍ବାଚନ ଲଢ଼ି ପ୍ରଥମ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *