ରାଜନୀତି

ସର୍ଭିସ ସେକ୍ରେଟାରୀଙ୍କୁ ହଟାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, : ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଗୁରୁବାର ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହି ରାୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସେବା ବିଭାଗର ସଚିବ ଆଶିଷ ମୋରେଙ୍କୁ ପଦରୁ ହଟାଇ ଦେଇଥିବା ସୂଚନା ମିଳିଛି। ତେବେ ତାଙ୍କୁ ଅନ୍ୟ କେଉଁ ବିଭାଗକୁ ବଦଳି କରାଯାଇଛି ନା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି, ତାହା ଜଣାପଡିନାହିଁ।

ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ।  ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଏଏପି ସରକାର ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି। ତେବେ ଦିଲ୍ଲୀର ଲୋକଙ୍କୁ ନ୍ୟାୟ ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ କେଜ୍‌ରିଓ୍ବାଲ।

୨୦୧୫ରେ ଉପରାଜ୍ୟପାଳଙ୍କ ଅଧୀନରେ ସେବା ବିଭାଗ ରହିବ ବୋଲି କେନ୍ଦ୍ର ସରକାର ଗୋଟିଏ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେବେଠାରୁ ଏହାକୁ କ୍ଷମତାସୀନ ଆପ ସରକାର ବିରୋଧ କରି ଆସୁଥିଲା।

Leave a Reply

Your email address will not be published. Required fields are marked *