ମୁଖ୍ୟ ଖବର

ଶୁକ୍ରବାର ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପର ଉଦଘାଟନ କରିବେ। ଗୁରୁବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ୧୨ ମେ’ରେ ଗୁଜରାଟ ଗସ୍ତ କରିବେ ଏବଂ ଗାନ୍ଧିନଗରରେ ପ୍ରାୟ ୪,୪୦୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ସକାଳ ପ୍ରାୟ ୧୦.୩୦ ସମୟରେ ଅଲ ଇଣ୍ଡିଆ ଶିକ୍ଷା ସଂଘର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ୪,୪୦୦କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ। ପରେ ସେ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ-ସିଟି ପରିଦର୍ଶନ କରିବାରେ କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *