ମହାନଗର

କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ: କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲଙ୍କ ପରଲୋକ। ୭୦ ବର୍ଷ ବୟସରେ ତେଲେଙ୍ଗା ବଜାର ସ୍ଥିତ ବାସ ଭବନରେ ତାଙ୍କର ବିୟ‌ୋଗ ହୋଇଛି। ଦୀର୍ଘଦିନ ହେବ ଯକୃତ ଓ କର୍କଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟ‌ୋଗରେ ରାଜନୈତିକ ସ୍ତରରେ ଶୋକର ପରିବେଶ ସୃଷ୍ଟି ହୋଇଛି।ସୂଚନାଅନୁଯାୟୀ କଂ‌‌ଗ୍ରେସର ବରିଷ୍ଠ ନେତା ‌ଅଶୋକ ସାମଲଙ୍କ ଦିନ ୩ଟା ସମୟରେ ମୃତ୍ୟ ଘଟିଛି। କଟକ ଖାନନଗର ସ୍ଥିତ ଶ୍ମସାନ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। କଂଗ୍ରେସର ସ୍ପେକ ପର୍ସନ ଭାବେ କାମ କରିଆସୁଥିଲେ। କଟକ ରାଜନୀତିରେ ତାଙ୍କର ବେଶ ପ୍ରଭାବ ରହିଥିଲା । ଟାଟା ମେମୋରିଆଲ ହସ୍ପିଟାଲରେ ଦୀର୍ଘଦିନ ହେବ ସେ ଚିକିତ୍ସିତ ହୋଇ ଆସୁଥିଲେ । ପରଲୋକ ସମୟରେ ପରିବାର ଲୋକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *