ଅପରାଧ

ମଦ୍ୟପ ଆକ୍ରମଣରେ ଜଣେ ମୃତ

ବାଣପୁର : ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ପିତା ଲୋକନାଥ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ପିତା ସତ୍ୟ ନାୟକ ବୟସ 45ବର୍ଷ ମଦପିଈ ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ଘର ଭିତରକୁ ପଶି ଆସିଥିଲା l ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଂଚିବାରୁ ରବୀନ୍ଦ୍ରଙ୍କର ବେକକୁ ଲକ୍ଷକରି କାତିରେ ଆକ୍ରମଣ କରିଥିଲା l ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ସାନଭାଇ ଶ୍ୟାମ ଗଭୀର ଭାବରେ ଆହତ ହୋଇ ଚିକିସ୍ଚିତ ହେଉଛନ୍ତି l ପ୍ରକାଶ ଥାଉକି ମୃତକ ରବି ନାୟକ ଆଇପିଓ ଭାବରେ ବାଣପୁର ବ୍ଲକରେ ବହୁଦିନ ଧରି କାର୍ଯ୍ୟରତ ଥାଇ ଅବସର ଗ୍ରହଣ କରିଥିଲେ l ମଦ ପାଇଁ ଜଣଙ୍କର ହତ୍ୟା ହୋଇଥିବାରୁ ବାଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଅଧିକ ଅନୁସନ୍ଧାନ ଜାରି କରିଛି l

Leave a Reply

Your email address will not be published. Required fields are marked *