ଅପରାଧ

୮୭ ଗ୍ରାମ ବ୍ରାଉନ ସୁଗାର ଜବତ, ଯୁବକ ଗିରଫ

ନିମାପଡ଼ା: ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବେଣିପୁର ମା ବେଲେଶ୍ୱରୀ ମନ୍ଦିର ନିକଟରେ ଚଢ଼ାଉ କରି ଦୁଃଶାସନ ସ୍ୱାଇଁ (୩୮) ନାମକ ଜଣେ ଯୁବକ ଙ୍କୁ ଗିରଫ କରି ତା ନିକଟରୁ ୮୭ ଗ୍ରାମ ବ୍ରାଉନ ସୁଗାର ଏବଂ ସେ ନିଶା ଦ୍ରବ୍ୟ ଚୋରା ଚାଲାଣରେ ବ୍ୟବହୃତ କରିଥିବା ଏକ ବାଇକ ନଂ ଓ ଆର ୧୩ ଜି ୨୫୧୭ କୁ ଜବତ କରିଛନ୍ତି। ଏ ସଂକ୍ରାନ୍ତ ରେ କୋଣାର୍କ ଅବକାରୀ ଥାନା ରେ ଏକ ମାମଲା କେସ ନଂ ୨୧/୨୩.୨୪ ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନ କୁ ନାମଞ୍ଜୁର କରି ତାଙ୍କୁ ନିମାପଡା ଉପ-କାରାଗାର କୁ ପଠାଇ ଦେଇଛନ୍ତି। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ୭୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଲୋକନାଥ ପାତ୍ର,ପୂର୍ଣ୍ଣ ଚନ୍ଦ୍ର ନାଏକ ଅବକାରୀ ବିଭାଗ କର୍ମଚାରୀ ବିଶ୍ୱଜିତ ମହାପାତ୍ର, ସ୍ଵାଗତିକା ଘଡେଇ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *