ରାଜନୀତି

ସର୍ତ୍ତରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ କରାଯିବ : ଜେଡିଏସ୍

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କେତେକ ମହତ୍ତ୍ବପୂର୍ଣ୍ଣ ସଂକେତ ଦେଇଛି ଜନତାଦଳ( ସେକ୍ୟୁଲାର) । ଦଳପକ୍ଷରୁ ସବୁ ସମ୍ଭାବନାକୁ ଖୋଲା ରଖାଯାଇଛି । ଦଳ ନିଜ ସର୍ତ୍ତରେ ବିଜେପି କିମ୍ବା କଂଗ୍ରେସ ସହିତ ମେଣ୍ଟ କରିବ ବୋଲି ଦଳର ମୁଖ୍ୟ ଏଚଡି କୁମାରସ୍ବାମୀ କହିଛନ୍ତି । ଏକ ଖବରକାଗଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଯାହା ସହିତ ମେଣ୍ଟ କରାଯିବ, ସେ ପ୍ରତିଶ୍ରୁତି ଦେବ ଯେ ଜେଡିଏସର ଦୁର୍ଗଭାବେ ପରିଗଣିତ ହାସାନ ଓ ମାଣ୍ଡ୍ୟାରୁ ଦୂରେଇ ରହିବ ।

ସେହିପରି ଜେଡିଏସ୍ ରାଜ୍ୟ ମୁଖ୍ୟ ସିଏମ୍ ଇବ୍ରାହିମ ଦଳର ପୂର୍ବତନ ମୁଖପାତ୍ର ତନବୀର ଅହମ୍ମଦଙ୍କ ବୟାନକୁ ଖାରଜ କରିଦେଇଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, ସେ (ତନବୀର ଅହମ୍ମଦ) ଆମର ମୁଖପାତ୍ର ନୁହଁନ୍ତି। ସେ ଆମ ଦଳର ସଦସ୍ୟ ନୁହଁନ୍ତି। ସେ କିଛି ନୁହଁନ୍ତି । ସେ ବହୁ ପୂର୍ବରୁ ଆମକୁ ଛାଡି ଚାଲିଯାଇଥିଲେ । ଆମେ (ମେଣ୍ଟ ଉପରେ) କିଛି ନିଷ୍ପତ୍ତି ନେଇନାହୁଁ। ଆମେ ଫଳାଫଳକୁ ଅପେକ୍ଷା କରିବୁ ।

କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଥିବାରୁ ଜେଡିଏସ୍ ଉଭୟ କଂଗ୍ରେସ ଓ ବିଜେପି ସହ ମେଣ୍ଟ କରିବାର ସଙ୍କେତ ପାଇଛି ବୋଲି ଗୁରୁବାର ଦିନ ତନବୀର ଅହମ୍ମଦ ଦାବି କରିଥିଲେ। ଏଭଳି ସ୍ଥିତିରେ ଜେଡିଏସ୍ କ’ଣ କରିବ ତାହା ସ୍ଥିର ହୋଇସାରିଛି ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *