ଦେଶ- ବିଦେଶ

ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଦୁଇ ବର୍ଷ ତଳେ ଡ୍ରଗ୍‌ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଆଜି ଦୁର୍ନୀତି ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଏଥିସହ ୱାଙ୍ଖଡେଙ୍କ ମୁମ୍ବାଇସ୍ଥିତ ବାସଭବନରେ ସିବିଆଇ ପକ୍ଷରୁ ଆଜି ସକାଳୁ ଆରମ୍ଭ ହୋଇଥିବା ଚଢ଼ାଉ ଜାରି ରହିଛି।

ଭିଜିଲାନ୍‌ସ ରିପୋର୍ଟ ଆଧାରରେ ସିବିଆଇ ପ୍ରାଥମିକ ତଦନ୍ତ କରିବା ପରେ ଆଇଆରଏସ୍‌ ଅଧିକାରୀ ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ସମୀର ୱାଙ୍ଖଡେ ଦୁର୍ନୀତି ଜରିଆରେ ସମ୍ପତ୍ତି ସଂଗ୍ରହ କରିଥିବା ଜଣାପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୦୨୧ରେ ୱାଙ୍ଖଡେଙ୍କ ନେତୃତ୍ୱରେ ଏକ ଟିମ୍‌ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ୍‌ ଟର୍ମିନାଲରେ କୋର୍ଡେଲିଆ କ୍ରୁଜ୍‌ ଉପରେ ଚଢ଼ାଉ କରି ଆର୍ଯ୍ୟନ ଖାନ୍‌ ଏବଂ ଅନ୍ୟମାନଙ୍କୁ ଗିରଫ କରିଥିଲା। ପ୍ରାରମ୍ଭରେ ଏହି ମାମଲାରେ ନିଶା ଦ୍ରବ୍ୟ ରଖିବା, ସେବନ ଓ ଚୋରା ଚାଲାଣ ଅଭିଯୋଗ ଲାଗୁ ହୋଇଥିଲା। ତେବେ, ଏହି ମାମଲାରେ ୨୨ ଦିନ ଜେଲରେ ଥିବା ଆର୍ଯ୍ୟନ ଖାନଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ୨୦୨୨ ମେ’ ମାସରେ ଏନସିବି କ୍ଲିନ୍‌ ଚିଟ୍‌ ଦେଇଥିଲା।

ପରବର୍ତ୍ତୀ ସମୟରେ, ଏନସିବି ଟିମ୍‌ ଓ ୱାଙ୍ଖଡେଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ପୃଥକ ଭିଜିଲାନ୍‌ସ ତଦନ୍ତ କରାଯାଇଥିଲା। ପରେ ୱାଙ୍ଖଡେଙ୍କୁ ଚେନ୍ନାଇର ଡିଜି ଟିକସଦାତା ସେବା ନିର୍ଦ୍ଦେଶାଳୟକୁ ବଦଳି କରାଯାଇଥିଲା।

Leave a Reply

Your email address will not be published. Required fields are marked *